ଜଣଜଣକେ Jaṇajaṇake

  • ଦେ. ସର୍ବନାମ — ପ୍ରତ୍ୟେକେ — Each (himself or herself.)
  • ଦେ. ସର୍ବନାମ — (ଯଥା—ସେ ଜଣଜଣକେ ଗୋଟିଏ ଗୋଟିଏ ରଜା, ତାଙ୍କୁ କଣ ଇମିତ ସିମିତ ବିଚାରୁଛ କି?
  • ଦେ. ସର୍ବନାମ — ଜଣ ଜଣ (ଦେଖ) — Jaṇajaṇa (See)
  • ଦେ. ଅ — ଜଣ ଜଣ କରି; ଥରକେ ଜଣେ ହୋଇ — One person at a time
  • ଦେ. ଅ — (ଯଥା—ସେ ଜଣଜଣକେ ମହା ଧୂମ୍ ଲଗାଇଲେ—ବୁଝେଇ ବୁଝେଇ ଥକିଗଲି—କେତେ କାହାକୁ ବୁଝାଇବି?)
  • ଦେ. ଅ — ଜଣପିଛା; ପ୍ରତ୍ୟେକ ବ୍ଯକ୍ତିଙ୍କୁ — For each; to each
  • ଦେ. ଅ — (ଯଥା—ଜଣଜଣକେ ଅଧ ସେର ଲେଖାଁଏ ଚାଉଳ ଦେଇଛି ଅଣ୍ଟିବ ନାହିଁ?)
  • ଦେ. ଅ — ଅନ୍ଯୋନ୍ୟରେ — Mutually
  • ଦେ. ଅ — (ଯଥା—ଜଣଜଣକେ ପେଲାପେଲି ହୋଇ ଏବେ ସମସ୍ତେ ନଈରେ ପଡ଼ି ବୁଡ଼ିଲେଣି—ମୁଁ ବା କାହାକୁ ସମ୍ଭାଳିବି?)