ଜଟାମାଂସୀ Jaṭāmāṁsī
- ସଂ. ବି.—(ଏହି ବୃକ୍ଷ ସଂହତ କେଶ ପରି ଦେଖାଯାଉଥିବାରୁ) — ସୁଗନ୍ଧ ଦ୍ରବ୍ଯବିଶେଷ — The many-spiked Amaranth; spikenard; an aromatic root used in scenting oils; Nardstachys jatamansi; valeriana jatamansi
- ସଂ. ବି.—(ଏହି ବୃକ୍ଷ ସଂହତ କେଶ ପରି ଦେଖାଯାଉଥିବାରୁ) — [ଦ୍ର—ଏହା ହିମାଳୟର ଶାକଗୁଳ୍ମ ବିଶେଷର ଜଟାକାର ସୁଗନ୍ଧ ମୂଳ; ଏହା ଔଷଧରେ ଲାଗେ; ଆୟୁର୍ବେଦୋକ୍ତ ତୈଳକୁ ଏତଦ୍ଦାରା ସୁଗନ୍ଧିତ କରାଯାଏ— (ଯୋଗେଶ୍ଚନ୍ଦ୍ର) ଏହି ବନସ୍ପତି ହିମାଳୟର 17000 ଫୁଟ ପର୍ଯ୍ୟନ୍ତ ଉଚ୍ଚତାରେ ଜନ୍ମେ, ଏହାର ଡାଳ ଏକ ବା ଦେଢ଼ ହାତ ଲମ୍ବ କାଠି ପରି ଓ ଏଥିରେ ସାମନାସାମନି ଦେଢ଼ଠାରୁ ଦୁଇଆଙ୍ଗୁଳ ଲମ୍ବ ଓ ଅଧଠାରୁ ଏକ ଆଙ୍ଗୁଳି ଚଉଡ଼ା ପତ୍ର ଧରେ। ଏ ଗଛ ଲାଗି ଜଳବହୁଳ ପଥୁରିଆ ଜମି ଉପଯୁକ୍ତ। ବୈଦ୍ଯକ ମତରେ ଜଟାମାଂସୀ ବଳକାରକ ଉତ୍ତେଜକ, ବିଷଘ୍ନ। ଏହା ଉନ୍ମାଦ, କାଶ, ଶ୍ୱାସ, ହାରକ। ଏହା କେଶବୃଦ୍ଧିକର। ଏହି ଚେରରୁ ଏକ ପ୍ରକାର ସୁଗନ୍ଧ ତୈଳ ହୁଏ—ହି. ଶବ୍ଦସାଗର।] — [ଦ୍ର—ଏହା ହିମାଳୟର ଶାକଗୁଳ୍ମ ବିଶେଷର ଜଟାକାର ସୁଗନ୍ଧ ମୂଳ; ଏହା ଔଷଧରେ ଲାଗେ; ଆୟୁର୍ବେଦୋକ୍ତ ତୈଳକୁ ଏତଦ୍ଦାରା ସୁଗନ୍ଧିତ କରାଯାଏ— (ଯୋଗେଶ୍ଚନ୍ଦ୍ର) ଏହି ବନସ୍ପତି ହିମାଳୟର17000ଫୁଟ ପର୍ଯ୍ୟନ୍ତ ଉଚ୍ଚତାରେ ଜନ୍ମେ, ଏହାର ଡାଳ ଏକ ବା ଦେଢ଼ ହାତ ଲମ୍ବ କାଠି ପରି ଓ ଏଥିରେ ସାମନାସାମନି ଦେଢ଼ଠାରୁ ଦୁଇଆଙ୍ଗୁଳ ଲମ୍ବ ଓ ଅଧଠାରୁ ଏକ ଆଙ୍ଗୁଳି ଚଉଡ଼ା ପତ୍ର ଧରେ ଏ ଗଛ ଲାଗି ଜଳବହୁଳ ପଥୁରିଆ ଜମି ଉପଯୁକ୍ତ ବୈଦ୍ଯକ ମତରେ ଜଟାମାଂସୀ ବଳକାରକ ଉତ୍ତେଜକ, ବିଷଘ୍ନ ଏହା ଉନ୍ମାଦ, କାଶ, ଶ୍ୱାସ, ହାରକ ଏହା କେଶବୃଦ୍ଧିକର ଏହି ଚେରରୁ ଏକ ପ୍ରକାର ସୁଗନ୍ଧ ତୈଳ ହୁଏ—ହି. ଶବ୍ଦସାଗର]