ଛଡ଼ାଛଡ଼ି Chhaṟḍ̠āchhaṟḍ̠i

  • ଦେ. ବିଣ. — ଭିନ୍ନ ଭିନ୍ନ, ପୃଥକ୍ ପୃଥକ୍; ବିଚ୍ଛିନ୍ନ — Separated
  • ଦେ. ବିଣ. — ପୁରୁରବା ଦିନେ କଶ୍ୟପଙ୍କୁ ପୁଚ୍ଛିଲେ, ଅନ୍ଯୋନ୍ଯେ ଦ୍ୱିଜେ କ୍ଷତ୍ରି ଛଡ଼ାଛଡ଼ି ହେଲେ, ସର୍ବ ବର୍ଣ୍ଣ କାହାର ଆଶ୍ରୟ ଗ୍ରହଣ, କରିଣ ସୁରକ୍ଷିତ ହୁଅନ୍ତି ବଖାଣ। କୃଷ୍ଣସିଂହ, ମହାଭାରତ, ଶାନ୍ତି।
  • ଦେ. ବିଣ. — (ବଙ୍ଗଳାରୁ ଗୃହୀତ) ବହୁ ପରିମାଣରେ ଇତସ୍ତତଃ ବିକ୍ଷିପ୍ତ ଅପର୍ଯ୍ୟାପ୍ତ ଭାବରେ ବିତରିତ (କୌଣସି ବସ୍ତୁ) — Indiscriminately distributed or strewn
  • ଦେ. ବିଣ. — (ଯଥା—ଆଜି ଭୋଜିରେ ରସଗୋଲ୍ଲାର ଛଡ଼ାଛଡ଼ି ଲାଗିଲା।)
  • ଦେ. ବିଣ. — ପରସ୍ପରଠାରୁ କୌଣସି ବସ୍ତୁ ଛଡ଼ାଇ ନେଉଥିବା (ଦୁଇ ବ୍ଯକ୍ତି) — (two persons) Mutually snatching away a thing
  • ଦେ. ବିଣ. — ଟଣାଟଣି; ଝିଙ୍କାଝିଙ୍କି — Dragging each other; scuffling
  • ଦେ. ବିଣ. — ପରସ୍ପରଠାରୁ ଅଲଗା କରାଯିବା (କଳି କରୁଥିବା କିମ୍ବା ମାଡ଼ ମରାମରି ହୋଉଥିବା ଦୁଇ ବା ତତୋଽଧିକ ବ୍ଯକ୍ତି — (two person) Separated from each other while engaged in a quarrel or scuffle
  • ଦେ. ବିଣ. — ଚୋପା ଛଡ଼ା ହୋଇ ନୈବେଦ୍ୟ ବା ଖାଦ୍ୟ ନିମନ୍ତେ ପ୍ରସ୍ତୁତ—(ଫଳ ଆଦି) — (Fruits) Ready for use after removal of the rind
  • ଦେ. ବି. — କୌଣସି ବସ୍ତୁକୁ ଜବରଦସ୍ତି ଝିଙ୍କି ଛଡ଼ାଇ ନେବା — Forcible snatching away of a thing
  • ଦେ. ବି. — ଭିନ୍ନ ଭିନ୍ନ ହେବା; ପୃଥକ୍ ହେବା; ବିଚ୍ଛେଦ — Separation
  • ଦେ. ବି. — କେବେହେଁ ନ ଥିଲା ମୋ ତା ଛଡ଼ାଛଡ଼ି। ଭଞ୍ଜ. ସୁବର୍ଣ୍ଣରେଖା।
  • ଦେ. ବି. — କୌଣସି ବସ୍ତୁର ଅପର୍ଯ୍ୟାପ୍ତ ଭାବରେ ବଣ୍ଟନ ବା ବିଞ୍ଚା ହେବା; ହରିଲୁଟ୍ — Indiscriminate distribution or strewing of any thing in large quantities