ଛେଚିବା Chhechibā
- ଦେ. କ୍ରି. (ସଂ. କୁଞ୍ଚ ଧାତୁ; କିମ୍ବା ଛିଦ୍ ଧାତୁ) — କୁଟିବା; ମାଡ଼ିକରି ଉପର୍ଯ୍ୟୁପରି ଆଘାତ କରିବା; ଦଳିବା — To bruise; to smash
- ଦେ. କ୍ରି. (ସଂ. କୁଞ୍ଚ ଧାତୁ; କିମ୍ବା ଛିଦ୍ ଧାତୁ) — ଭୂମେ ପଟପାଟେ ଛେଚିଲେ ପିଠି ହାଡ଼— କୃଷ୍ଣସିଂହ, ମହାଭାରତ, ସଭା।
- ଦେ. କ୍ରି. (ସଂ. କୁଞ୍ଚ ଧାତୁ; କିମ୍ବା ଛିଦ୍ ଧାତୁ) — ଉପର୍ଯ୍ୟୁପରି ବିଶେଷ ପ୍ରହାର କରିବା — To repeatedly deal a sound beating
- ଦେ. କ୍ରି. (ସଂ. କୁଞ୍ଚ ଧାତୁ; କିମ୍ବା ଛିଦ୍ ଧାତୁ) — ବିଶେଷ ପରିମାଣରେ ବୃଷ୍ଟି କରିବା — To rain cats and dogs
- ଦେ. କ୍ରି. (ସଂ. କୁଞ୍ଚ ଧାତୁ; କିମ୍ବା ଛିଦ୍ ଧାତୁ) — ଭୂମିରେ ବାଡ଼େଇବା — To strike on the ground
- ଦେ. କ୍ରି. (ସଂ. କୁଞ୍ଚ ଧାତୁ; କିମ୍ବା ଛିଦ୍ ଧାତୁ) — କୁରୁଙ୍କର ସ୍ତିରୀଏ ହାତର ବାହିଟି ଛେଚି କରି କାନ୍ଦିବେ ଧୂଳିକି ସାଉଁଟି—କୃଷ୍ଣସିଂହ, ମହାଭାରତ, ବନ।
- ଦେ. କ୍ରି. (ସଂ. କୁଞ୍ଚ ଧାତୁ; କିମ୍ବା ଛିଦ୍ ଧାତୁ) — ଚୂନା କରିବା; ଟିକିଟିକି କରିବା — To powder; to reduce to small bits
- ଦେ. କ୍ରି. (ସଂ. କୁଞ୍ଚ ଧାତୁ; କିମ୍ବା ଛିଦ୍ ଧାତୁ) — ରଥ କରିବା ଖଣ୍ଡ ଖଣ୍ଡ, ଛେଚିବା ଅକ୍ରୂରର ମୁଣ୍ଡ— ଜଗନ୍ନାଥ, ଭାଗବତ।
- ଦେ. କ୍ରି. (ସଂ. କୁଞ୍ଚ ଧାତୁ; କିମ୍ବା ଛିଦ୍ ଧାତୁ) — [ଦ୍ର—ଏହି କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ପକାଇବା କ୍ରିୟାର ସମାପିକାରୂପ ଯୁକ୍ତ ହୁଏ।]