ଛିଣ୍ଡାଗଣ୍ଡ Chhiṇḍā-gaṇḍa

  • ଦେ. ବି — ପ୍ରହେଳିକା; ବ୍ୟାସକୂଟ — Riddle; enigma
  • ଦେ. ବି — ମର୍ମଭେଦୀ ବ୍ୟଙ୍ଗୋକ୍ତି — Satirical remarks; lampoon
  • ଦେ. ବି — ଏକ ପ୍ରକାର ଶ୍ଳେଷାର୍ଥକ ପ୍ରହେଳିକା (ଯେଉଁ ପ୍ରହେଳିକାକୁ ଶୁଣିବା ମାତ୍ରେ ଅଶ୍ଳୀଳ ପରି ବୋଧ ହୁଏ କିନ୍ତୁ ପ୍ରକୃତରେ ତାହା ଅଶ୍ଳୀଳ ନୁହେ ବୋଲି ପରେ ଜଣାଯାଏ) — Double entendre; a class of riddles which sound obscene at first sight but which have no obscene purport
  • ଦେ. ବି — [ଦ୍ର—ଉଦାହରଣ ଯଥା— "ପାର୍ ମଶୁଣି ଫିଟା କଛା ଯେଉଁ ପୁରୁଷର ଯେତକ ଇଚ୍ଛା।"
  • ଦେ. ବି — ଏହାର ଅର୍ଥ—ଆସନ ପକାଅ ଓ ପୋଥିର ଡୋର ଫିଟାଇ ମନଇଚ୍ଛା ମୁତାବକ ପୋଥିକୁ ପଢ଼।]