ଛିଟିକିଣି Chhiṭikiṇi

  • ଦେ. ବି — ମୂଷାଯନ୍ତା; ମୂଷା ମାରିବା ବା ଧରିବା କଳ — A mouse-trap; a trap-like contrivance for catching rats
  • ଦେ. ବି — [ଦ୍ର—ଏଥିରେ ଢିଙ୍କିଆ ଲାଗିଥାଏ; ଢିଙ୍କିଆ ତଳେ ଖାଦ୍ୟଦ୍ରବ୍ୟ ଝୁଲା ହୋଇଥାଏ; ମୂଷା ସେ କଳରେ ପଶି ଖାଦ୍ୟ ଦ୍ରବ୍ୟକୁ ଝିଙ୍କି ଦେବା ମାତ୍ରେ ଢିଙ୍କିଆଟି ଖସି ଯିବାରୁ କଳମୁହଁର କବାଟ ବନ୍ଦ ହୋଇଯାଏ ଓ ମୂଷା ଉକ୍ତ କଳମଧ୍ୟରେ ରୁଦ୍ଧ ହୋଇ ରହେ।]
  • ଦେ. ବି — ଦୁର୍ଗପ୍ରାଚୀରମଧ୍ୟସ୍ଥ ତିର୍ଯ୍ୟକ୍ ଗଡ଼ — A fort constructed in a leaning position in the wall of a castle
  • ଦେ. ବି — ଛିଟିକିଣୀମାନ ପାଚିରୀ ବେଢ଼ିଣ ଶୋଭା ଯେଉଁ ଦୁର୍ଗ ଦେଖିଲେ ସେ ସୁରଦେବ ଲୋଭା। ବିଶ୍ୱନାଥ, ବିଚିତ୍ରରାମାୟଣ।
  • ଦେ. ବି — କାନ୍ଥରେ ତେରଛା ହୋଇ ପୋତା ହୋଇଥିବା ବଣା — A long-necked pot put in a slanting position in the wall to serve as a niche
  • ଦେ. ବି — ତୁମ୍ବ ବାଣର ମୁହଁ ବା ପେନ୍ଦି ଭିତରେ ଆଗରୁ ରଖା ଯାଇଥିବା ବଳା କତା — A copra-rope put inside a firework and used as a fuse to ignite it
  • ଦେ. ବି — [ଦ୍ର—ବାଣରେ ନିଆଁ ଲଗାଇବା ସମୟରେ ଏହି ଛିଟିକିଣିରେ ଚାଣ୍ଡରସ ଦେଇ ସେହି ଚାଣ୍ଡରସରେ ନିଆଁ ଧରାଇ ଦେଲେ, ସେ ନିଆଁ ଦଉଡ଼ି ଯାଇ ବାଣ ଦେହରେ ଲାଗିଯାଏ।]
  • ଦେ. ବି — ଟେକା ଫୋପାଡ଼ିବା ଦଉଡ଼ି; ଛନ୍ଦ — A sling
  • ଦେ. ବି — ଛିଟିକିଣିଦ୍ୱାରା ଦୂରକୁ ଫୋପାଡ଼ା ଯିବା ଟେକା — Clods thrown to a distance by means of a sling
  • ଦେ. ବି — ଢିଙ୍କିଆ; କବାଟ ବା ଝରକାକୁ ବନ୍ଦ କରିବା ନିମନ୍ତେ ଦିଆଯାଇ ଥିବା ଝିଳିକି ବା ଘୋଡ଼ା ବା ହୁକ — A cleat; a trigger-like contrivance or hook used to fasten the shutters of doors and windows
  • ପ୍ରାଦେ. (ସିଂହଭୂମ) ବି — ଛୋଟ ହୁଡ଼ୁକା — A small bolt used in a door