ଛିକ୍କଣୀ Chhikkaṇī
- ସଂ. ବି. (ଛକ+କୈ ଧାତୁ+ଅନ+ଈ) — ସୋମରାଜ୍ୟାଦି ବର୍ଗର ବର୍ଷାୟୁଃ ଶାକବିଶେଷ; ବିଲରେ ଜନ୍ମିବା ଏକପ୍ରକାର ଲଟାଳିଆ ଗୁଳ୍ମ; ବିଲନାସ — A kind of creeping plant; Artemisa Sternutatoria; Centepeda Orbicularis
- ସଂ. ବି. (ଛକ+କୈ ଧାତୁ+ଅନ+ଈ) — [ଦ୍ର—ଏହା ଶୀତଦିନେ ବିଲ ଓ ପଡ଼ିଆରେ ମାଡ଼େ। ଯେଉଁଠାରେ କିଛି ଦିନ ପାଣି ଜମା ହୋଇ ଶୁଖି ଯାଇଥାଏ ସେହି ସ୍ଥାନରେ ଏହା ଉଠେ। ପତ୍ର ଦନ୍ତୁର ଓ ଅଗ ଚଉଡ଼ା। ଏହାର ଫୁଲ ହଳଦିଆ ଓ ଭୁଣ୍ଡି ପରି ଓ ଆକାରରେ ଚଣା ପରି; ଏ ଫୁଲକୁ ଦଳି କରି ଶୁଘିଂଲେ ଭାରି ଛିଙ୍କ ହୁଏ।
- ସଂ. ବି. (ଛକ+କୈ ଧାତୁ+ଅନ+ଈ) — ଏହା କଟୁରସ, ରୁଚିକର, ତୀକ୍ଷ୍ଣ, ଉଷ୍ଣବୀର୍ଯ୍ୟ, ଅଗ୍ନିବର୍ଦ୍ଧକ ଓ ପିତ୍ତଜନକ ଏବଂ ବାତରକ୍ତ, କୁଷ୍ଠ, କୃମି, ବାୟୁ ଓ କଫନାଶକ। ଏହା ଅଭାବରେ ବୈଦ୍ୟମାନେ ଓଷଧରେ ମରିଚ ବା ମଏଣ ଫଳ ବ୍ଯବହାର କରନ୍ତି।]