ଛାୟା ପୁରୁଷ Chhāyā purusha
- ସଂ. ବି — ନିଜ ଛାୟାର ଅନୁରୂପ ପ୍ରତିବିମ୍ବାତ୍ମକ ପୁରୁଷ — An image consisting of the shadow of one's self reflected on the sky
- ସଂ. ବି — [ଦ୍ର—ଛାୟା ପୁରୁଷ ଦର୍ଶନ କରିବା ହଠଯୋଗର ଗୋଟିଏ ସାଧନ ଅଟେ। ସାଧକ କୌଣସି ଉନ୍ମୁକ୍ତ ସ୍ଥାନରେ ସୂର୍ଯ୍ୟଙ୍କ ଆଡ଼କୁ ପିଠି କରି ଠିଆ ହୋଇ ବିପରୀତଦିଗରେ ଭୂମିରେ ପଡ଼ିବା ନିଜର ଛାୟାକୁ ସ୍ଥିର ଦୃଷ୍ଟିରେ ଏକ ଧାନରେ କେତେକ ସମୟ ଚାହିଁ ରହିବା ପରେ ନିଜର ସମ୍ମୁଖସ୍ଥ ଶୂନ୍ଯ (ଆକାଶ) ଆଡ଼କୁ ଏକ— ଦୃଷ୍ଟିରେ ଚାହିଁଲେ ଆକାଶରେ ନିଜର ଛାୟାର ପ୍ରତିରୂପ ଗୋଟିଏ ଛାୟାର ଆଭାସ ଦେଖାଯିବ—ଏହା କେତେକାଳ ସାଧନ ପରେ ସିଦ୍ଧ ହୁଏ। ଏହି ଛାୟାରୂପର ଆଭାସକୁ ଛାୟାପୁରୁଷ ବୋଲାଯାଏ। ଛାୟାପୁରୁଷ ଦେଖିପାରିବା ଲୋକର 6 ମାସ ମଧ୍ୟରେ ମୃତ୍ୟୁ ଘଟିବ ନାହିଁ। ଏ ସାଧକ ଆଗାମୀ 6 ମାସର ଘଟଣା ଆଗରୁ ଜାଣିପାରେ ଯେବେ ଛାୟାପୁରୁଷର ମୁଣ୍ଡ ନ ଦେଖାଯାଏ ତେବେ ଜାଣିବ ଯେ 6 ମାସ ମଧ୍ୟରେ ଦ୍ରଷ୍ଟାର ମୃତ୍ୟୁ ଘଟିବ; ଯେବେ ଗୋଡ଼ ଦେଖା ନ ଯିବ ତେବେ ଭାର୍ଯ୍ୟାର ମୃତ୍ୟୁ ଓ ହାତ ଦେଖା ନ ଗଲେ ଭାଇର ମୃତ୍ୟୁ ନିକଟବର୍ତ୍ତୀ ବୋଲି ଜାଣିବାକୁ ହେବ। ଏହିପରି ଭିନ୍ନ ଭିନ୍ନ ଅଙ୍ଗର ଅଦର୍ଶନରେ ଭିନ୍ନ ଭିନ୍ନ ଫଳ ତନ୍ତ୍ରରେ କଥିତ ଅଛି। ଯେବେ ଛାୟାପୁରୁଷର ବର୍ଣ୍ଣ ରକ୍ତାଭ ପ୍ରତିଭାତ ହୁଏ ତେବେ ଶୀଘ୍ର ଧନପ୍ରାପ୍ତି ହେବାର ସୂଚିତ ହୁଏ। ହି. ଶବ୍ଦସାଗର।] — [ଦ୍ର—ଛାୟା ପୁରୁଷ ଦର୍ଶନ କରିବା ହଠଯୋଗର ଗୋଟିଏ ସାଧନ ଅଟେ ସାଧକ କୌଣସି ଉନ୍ମୁକ୍ତ ସ୍ଥାନରେ ସୂର୍ଯ୍ୟଙ୍କ ଆଡ଼କୁ ପିଠି କରି ଠିଆ ହୋଇ ବିପରୀତଦିଗରେ ଭୂମିରେ ପଡ଼ିବା ନିଜର ଛାୟାକୁ ସ୍ଥିର ଦୃଷ୍ଟିରେ ଏକ ଧାନରେ କେତେକ ସମୟ ଚାହିଁ ରହିବା ପରେ ନିଜର ସମ୍ମୁଖସ୍ଥ ଶୂନ୍ଯ (ଆକାଶ) ଆଡ଼କୁ ଏକ— ଦୃଷ୍ଟିରେ ଚାହିଁଲେ ଆକାଶରେ ନିଜର ଛାୟାର ପ୍ରତିରୂପ ଗୋଟିଏ ଛାୟାର ଆଭାସ ଦେଖାଯିବ—ଏହା କେତେକାଳ ସାଧନ ପରେ ସିଦ୍ଧ ହୁଏ ଏହି ଛାୟାରୂପର ଆଭାସକୁ ଛାୟାପୁରୁଷ ବୋଲାଯାଏ ଛାୟାପୁରୁଷ ଦେଖିପାରିବା ଲୋକର6ମାସ ମଧ୍ୟରେ ମୃତ୍ୟୁ ଘଟିବ ନାହିଁ ଏ ସାଧକ ଆଗାମୀ6ମାସର ଘଟଣା ଆଗରୁ ଜାଣିପାରେ ଯେବେ ଛାୟାପୁରୁଷର ମୁଣ୍ଡ ନ ଦେଖାଯାଏ ତେବେ ଜାଣିବ ଯେ6ମାସ ମଧ୍ୟରେ ଦ୍ରଷ୍ଟାର ମୃତ୍ୟୁ ଘଟିବ; ଯେବେ ଗୋଡ଼ ଦେଖା ନ ଯିବ ତେବେ ଭାର୍ଯ୍ୟାର ମୃତ୍ୟୁ ଓ ହାତ ଦେଖା ନ ଗଲେ ଭାଇର ମୃତ୍ୟୁ ନିକଟବର୍ତ୍ତୀ ବୋଲି ଜାଣିବାକୁ ହେବ ଏହିପରି ଭିନ୍ନ ଭିନ୍ନ ଅଙ୍ଗର ଅଦର୍ଶନରେ ଭିନ୍ନ ଭିନ୍ନ ଫଳ ତନ୍ତ୍ରରେ କଥିତ ଅଛି ଯେବେ ଛାୟାପୁରୁଷର ବର୍ଣ୍ଣ ରକ୍ତାଭ ପ୍ରତିଭାତ ହୁଏ ତେବେ ଶୀଘ୍ର ଧନପ୍ରାପ୍ତି ହେବାର ସୂଚିତ ହୁଏ ହି. ଶବ୍ଦସାଗର]
- ସଂ. ବି — ଅଶରୀରୀମୂର୍ତ୍ତି — A sceptre