ଛାଇଦେବା Chhāidebā
- ଦେ. କ୍ରି. (ସକର୍ମକ) (ସଂ. ଛଦ ଧାତୁ=ବେଷ୍ଟନ କରିବା) — ବିସ୍ତାର କରିବା — To diffuse; to spread
- ଦେ. କ୍ରି. (ସକର୍ମକ) (ସଂ. ଛଦ ଧାତୁ=ବେଷ୍ଟନ କରିବା) — ଯୁଧିଷ୍ଠିର ନୃପେ ହସ୍ତିନା ରାଜ୍ୟ ଦେଇ ଚନ୍ଦ୍ର ପରି କୀର୍ତ୍ତିକି ଭବେ ଦିଅ ଛାଇ। କୃଷ୍ଣସିଂହ, ମହାଭାରତ, କର୍ଣ୍ଣ।
- ଦେ. କ୍ରି. (ସକର୍ମକ) (ସଂ. ଛଦ ଧାତୁ=ବେଷ୍ଟନ କରିବା) — ଚାରିଆଡ଼େ ଘେରିବା ବା ବେଢ଼ିବା — To envelop; to encompass