ଛାଇ ପଡ଼ିବା Chhāi paṟḍ̠ibā

  • ଦେ. ବି — ଛାୟାର ପତନ; କୌଣସି ବ୍ଯକ୍ତି ବା ପଦାର୍ଥ ଉପରେ ଅନ୍ଯ ବ୍ଯକ୍ତିର ବା ପଦାର୍ଥର ଛାୟା ପତିତ ହେବା — The shadow of a person or thing touching or falling on another person or thing
  • ଦେ. ବି — ଛାମୁରେ ଛାଇ ନ ପଡ଼ୁ ବୋଲି ଛଡ଼ା ହୋଇ ମୁଁ ଛିଡ଼ା ହେଲି। କବିସୂର୍ଯ୍ୟ, ସଙ୍ଗୀତ।
  • ଦେ. ବି — ଛାୟାଯୁକ୍ତ ହେବା — Being shady
  • ଦେ. ବି — (ଲକ୍ଷଣାର୍ଥ) ସମ୍ପର୍କଶୀଳ ହେବା; ଅନ୍ୟର ସଙ୍ଗେ ସାମାନ୍ୟ ସମ୍ପର୍କ ରହିବା — The state of there being any connection between two person
  • ଦେ. ବି — (ଯଥା—ମୋ ଛାଇ ପଡ଼ିଲେ ତା ଲାହି ଡେଉଁଛି।)
  • ଦେ. ବି — [ଦ୍ର—ଦାକ୍ଷିଣାତ୍ୟରେ ବ୍ରାହ୍ମଣାଦି ଉଚ୍ଚଜାତୀୟ ବ୍ଯକ୍ତିକୁ ଅସ୍ପୃଶ୍ୟ ଜାତୀୟ ବ୍ଯକ୍ତି ଛୁଇଁବାର ଦୂରେ ଥାଉ, ଯେବେ ଶେଷୋକ୍ତ ବ୍ୟକ୍ତିର ଆତପଜନିତ ଛାୟା ପ୍ରଥମୋକ୍ତ ବ୍ଯକ୍ତିର ଦେହକୁ ସ୍ପର୍ଶ କରେ, ତାହାହେଲେ ପ୍ରଥମୋକ୍ତ ବ୍ଯକ୍ତି ଅଶୁଦ୍ଧ ହୋଇଯିବାର ବିବେଚିତ ହୁଏ; କିନ୍ତୁ ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତା ପ୍ରଭାବରୁ ଗାନ୍ଧୀଜୀଙ୍କ ଅସ୍ପୃଶ୍ୟତା ନିବାରଣ ଆନ୍ଦୋଳନ ଫଳରେ ଓ କୁସଂସ୍କାର କ୍ରମଶଃ ଶିଥିଳ ହେଉଅଛି।]