ଛପର ବେଠି Chhapara beṭhi

  • ପ୍ରାଦେ. (ଗଡ଼ଜାତ) ବି — ବିନା ମଜୁରିରେ ଅର୍ଥାତ୍ ବେଠିରେ ରାଜାଙ୍କ ଘର ଆଦିର ପ୍ରତି ବର୍ଷ ବେଠିଆ ପ୍ରଜାଙ୍କଦ୍ୱାରା ଛୁଆଣି — Impressed labour consisting of the tenants thatching the houses of a Rājā annually
  • ପ୍ରାଦେ. (ଗଡ଼ଜାତ) ବି — [ଦ୍ର—ଗଡ଼ଜାତର ପ୍ରଜାମାନେ ସାଧାରଣତଃ ମୋଗଲବନ୍ଦିର ପ୍ରଜାଙ୍କ ଅପେକ୍ଷା ରଇତି ଆଦି ଜମିପାଇଁ ଅଳ୍ପ ଖଜଣା ଦିଅନ୍ତି ଓ ଖଜଣା ପରିବର୍ତ୍ତେ ରାଜାଙ୍କର ନାନାଦି ବେଠି କରନ୍ତି, ଅର୍ଥାତ୍ ବିନା ପାରିଶ୍ରମିକରେ, ଓ ଅଧିକାଂଶ ସ୍ଥଳରେ ବିନା ଖୋରାକିରେ ମଧ୍ୟ, ରାଜାଙ୍କର ନାନା କାର୍ଯ୍ୟ କରନ୍ତି। ତହିଁ ମଧ୍ୟରୁ ରାଜଙ୍କର ବା ରାଜକର୍ମଚାରୀଙ୍କର ଘରମାନ ବାର୍ଷିକ ଛୁଆଣି କରିବା ଏକତମ। ପ୍ରତ୍ୟେକ ପ୍ରକାର ଜମିର ପରିମାଣ, ଜାତି ଓ ବ୍ଯବସାୟ ଅନୁସାରେ ବେଠିର ପରିମାଣ ଓ ପ୍ରକାର ନିରୂପିତ ହୁଏ। ରାଜାଙ୍କ ନିଜଚାଷ ଜମି ହଳ କରିବା (ହଳ ବେଠି), ରାଜାଙ୍କ ବଗିଚା ବାଡ଼ ବୁଜିବା ଖରା ବେଠି), ଶିକାରବେଳେ ବଣରେ ଜନ୍ତୁଙ୍କୁ ହୁରୁଡ଼ାଇ ଆଣିବା (ଆଡ଼ି ବେଠି), ସଡ଼କମାନ ତିଆରି କରିବା (ସଡ଼କ ବା ରାସ୍ତା ବେଠି); ଏହିପରି ନାନାପ୍ରକାରର ବେଠି ଗଡ଼ଜାତମାନଙ୍କରେ ପ୍ରଚଳିତ। କେତେକ ସହୃଦୟ ରାଜା ଏ ପ୍ରଥା ବନ୍ଦ କରିବାକୁ ଚେଷ୍ଟା କରୁଅଛନ୍ତି]