ଛତରରେ ପଶିବା Chhatarare paṡibā
- ଦେ. କ୍ରି. — ଉଦରଜ୍ୱାଳାରେ ଜାତି ବା ସମାଜବନ୍ଧନ ନ ମାନି ଅନ୍ନସତ୍ରରେ ଭାତ ଖାଇବା — To eat cooked rice in a public kitchen by disregarding social restrictions
- ଦେ. କ୍ରି. — ଅନ୍ନସତ୍ରରେ ରନ୍ଧା ହୋଇଥିବା ଭାତ ଖାଇବା ହେତୁରୁ ଜାତି ହରାଇବା — To lose one's caste or to be excluded from the pale of one's society by taking rice from a public kitchen
- ଦେ. କ୍ରି. — (ପୁରୁଷଙ୍କ ପ୍ରତି ଗାଳିବିଶେଷ) ଜାତି ହରାଇବା; ଆଜାତିଆଙ୍କ ଘରେ ପକ୍ୱାନ୍ନ ଖାଇବା — (a term of abuse to males) To lose one's caste; to take food cooked by people of low caste
- ଦେ. କ୍ରି. — (ସ୍ତ୍ରୀଙ୍କ ପ୍ରତି ଗାଳିବିଶେଷ)—କୁଳରୁ ବାହାରି ଯାଇ ନୀଚ ବେଶ୍ୟାବୃତ୍ତି କରିବା; ବଡ଼ଦାଣ୍ଡକୁ ଯିବା — (a term of abuse to females) To go out of one's family and take to prostitution