ଛତରଖିଆ Chhatara-khiā
- ଦେ. ବିଣ. ପୁଂ. (ସଂ. ସତ୍ର+ଖାଦକ) — ଯେ ଅନ୍ନସତ୍ରରେ ରନ୍ଧା ଭାତ ଖାଏ — Taking food cooked in a public kitchen
- ଦେ. ବିଣ. ପୁଂ. (ସଂ. ସତ୍ର+ଖାଦକ) — ଯାହାର ଜାତିବାରଣ ନାହିଁ — Observing no caste-distinction
- ଦେ. ବିଣ. ପୁଂ. (ସଂ. ସତ୍ର+ଖାଦକ) — ବାରବୁଲା — Wandering; vagabond
- ଦେ. ବି — ଓଡ଼ିଶାରେ ନଅଙ୍କ ( 1866 ସାଲ୍) ଦୁର୍ଭିକ୍ଷରେ ସରକାର ଖୋଲିଥିବା ଅନ୍ନସତ୍ରରେ ଭାତ ଖାଇ ଯେଉଁ ହିନ୍ଦୁମାନେ ସମାଜଭ୍ରଷ୍ଟ ହୋଇଥିଲେ — ଓଡ଼ିଶାରେ ନଅଙ୍କ (866ସାଲ୍) ଦୁର୍ଭିକ୍ଷରେ ସରକାର ଖୋଲିଥିବା ଅନ୍ନସତ୍ରରେ ଭାତ ଖାଇ ଯେଉଁ ହିନ୍ଦୁମାନେ ସମାଜଭ୍ରଷ୍ଟ ହୋଇଥିଲେ— . Those who lost their caste by eating rice in the public kitchens opened by the Government during the great famine of 866 A. D. in Orissa
- ଦେ. ବି — [ଦ୍ର—ନଅଙ୍କ ଦୁର୍ଭିକ୍ଷରେ ଏହି ନରନାରୀମାନଙ୍କୁ ଏମାନଙ୍କ ସମାଜ ଗ୍ରହଣ ନ କରିବାରୁ ଅଗତ୍ୟା ଜାତିବିଚାର ନ କରି ଛତରଖିଆ ସଙ୍ଗେ ଛତରଖାଈମାନେ ଗାନ୍ଧର୍ବ ବିବାହ କଲେ ଓ ଏହିପରି ଗୋଟିଏ 'ବାରଜାତିଆ' ସମାଜର ସୃଷ୍ଟି ହେଲା। ଏମାନଙ୍କ ବଂଶଧରମାନଙ୍କ ମଧ୍ୟରେ ବିବାହଦ୍ୱାରା ଆଦାନ ପ୍ରଦାନ ଚଳୁଅଛି। ଅନେକ ସ୍ତ୍ରୀଲୋକ ନୀଚସମାଜରେ ବେଶ୍ୟାବୃତ୍ତି କଲେ ଓ ଅନ୍ଯ କେତେକ ଛତରଖିଆଙ୍କୁ ପାଦ୍ରୀମାନେ ନୂଆ ଗ୍ରାମମାନ ବସାଇ ଖ୍ରୀଷ୍ଟାନ୍ କରାଇ ଓଡ଼ିଶାରେ ଖ୍ରୀଷ୍ଟିଆନ୍ ସମାଜ ପ୍ରତିଷ୍ଠା କଲେ; କ୍ରମଶଃ ଛତରଖିଆମାନେ ହିନ୍ଦୁସମାଜରେ ଆପଣାକୁ ରଜପୁତ୍, ଛତ୍ରୀ ଆଦିରୂପେ ପରିଚୟ ଦେଉଅଛନ୍ତି।]
- ଦେ. ବି — ନଅଙ୍କରେ ଛତରରେ ଅନ୍ନ ଖାଇଥିବା ବ୍ଯକ୍ତିମାନଙ୍କର ବଂଶଧର — The discendants of the persons who were excluded from the Hindu society for having taken cooked rice in public Government kitchens during the great famine of Orissa (1866)
- ଦେ. ବି — ବାରବୁଲା; ଯାହାର ଜାତିପତି କିଛି ନାହିଁ ଓ ଯେ ଯେଉଁଠାରେ ଇଚ୍ଛା ସେଠାରେ ଖାଏ — A homeless vagrant observing no caste-distinction, taking food everywhere and belonging to no caste or society
- ଦେ. ବି — ମାଗିଖିଆ ବ୍ଯକ୍ତି — A wandering begger