ଚଡ଼କ ପୂଜା Chaṟḍ̠aka pūjā

  • ପ୍ରାଦେ. (ମେଦିନୀପୁର, ବାଲେଶ୍ୱର) ବି.— (ତୁଳ. ବଂ. ଚଡ଼କ ପୂଜା) — ଓଡ଼ିଶାରେ 'ପାଟୁଆ' ଉତ୍ସବ — A swinging or whirling ceremony performed by the low caste Hindus on the Cha̲i̱tra Saṁkrānti day
  • ପ୍ରାଦେ. (ମେଦିନୀପୁର, ବାଲେଶ୍ୱର) ବି.— (ତୁଳ. ବଂ. ଚଡ଼କ ପୂଜା) — [ଦ୍ର—କେତେକ ଗଡ଼ଜାତ ଓ ବାଙ୍କି ଅଞ୍ଚଳରେ ବାଉରି, କଣ୍ଡରା, ପାଣ, ଶହର ଆଦି ଲୋକେ ଏ ଉତ୍ସବ କରନ୍ତି। ଯେଉଁ ମାନେ ପୂର୍ବରୁ ମାନସିକ କରି ଏ ବ୍ରତ କରନ୍ତି ତାଙ୍କୁ 'ପାଟୁଆ' ବୋଲାଯାଏ ଓ ଏ ଯାତ୍ରାକୁ 'ଦଣ୍ଡଯାତ' ବା 'ଝାମୁଯାତ' ବୋଲାଯାଏ। ବ୍ରତଧାରୀର ପିଠିକୁ ପୋଡ଼ା ଝୁଣା ପିଙ୍ଗି ପିଠିର ଚମକୁ କଷ୍ଟସହନ କ୍ଷମ କରାଯାଏ। ପୋଡ଼ା ଝୁଣା ମରାଯିବା ଯୋଗୁଁ ପିଠି ଚମ ଅକାଟୁ ହେଲାରୁ ପିଠିକୁ ଫୋଡ଼ି ବେଏଁ ଶିରା ତଳେ ଗୋଟିଏ ବନିଶୀକଣ୍ଟା ପରି ବଡ଼ ମୁନିଆଁ ହୁକ ଫୋଡ଼ାଯାଏ ଓ ସେ ହୁକର ମୂଳରେ ଦଉଡ଼ି ଲାଗେ। ଭୂମିରେ ଗୋଟିଏ 20।25 ହାତ ଉଚ୍ଚ ବାଉଁଶ ପୋତା ଯାଇ ସେ ବାଉଁଶର ଅଗରେ ତରାଜୁଦଣ୍ଡ ବା ବାହୁଙ୍ଗୀ ପରି ଗୋଟିଏ ନମନୀୟ ବାଉଁଶ ଲଗାଯାଏ। ସେହି ବାହୁଙ୍ଗୀର ଗୋଟିଏ ମୁଣ୍ଡରେ ଏକ ଲମ୍ବ ଦଉଡ଼ି ଲଗାଯାଏ ଓ ଅନ୍ଯ ମୁଣ୍ଡରେ ପାଟୁଆର ପିଠିରେ ଫୋଡ଼ା ହୋଇଥିବା ବନିଶୀକଣ୍ଟାର ମୂଳରେ ଲାଗିଥିବା ଦଉଡ଼ିରେ ପାଟୁଆକୁ ଟାଙ୍ଗିଦିଅନ୍ତି ଓ ପାଟୁଆ ଶୁନ୍ୟରେ ଝୁଲୁଥାଏ ଏବଂ ଲୋକେ ଆରମୁଣ୍ଡର ଦଉଡ଼ିକୁ ଟାଣି ସେ ବାହୁଙ୍ଗୀକୁ ଘୂରାନ୍ତି ଓ ପାଟୁଆ ଶୂନ୍ୟରେ 7 ଘେରା ବା 21 ଘେରା ଘାଉଁରି ଖାଇ ବୁଲୁଥାଏ। ତତ୍ପରେ ପାଟୁଆକୁ ସେଥିରୁ ମୁକ୍ତ କରନ୍ତି ଓ ପାଟୁଆ ମାସେ ଯାକେ ଗ୍ରାମେ ଗ୍ରାମେ ବୁଲି ବାଜା ସହିତ ନାଚେ ଓ ଗୀତ ବୋଲେ।] — [ଦ୍ର—କେତେକ ଗଡ଼ଜାତ ଓ ବାଙ୍କି ଅଞ୍ଚଳରେ ବାଉରି, କଣ୍ଡରା, ପାଣ, ଶହର ଆଦି ଲୋକେ ଏ ଉତ୍ସବ କରନ୍ତି ଯେଉଁ ମାନେ ପୂର୍ବରୁ ମାନସିକ କରି ଏ ବ୍ରତ କରନ୍ତି ତାଙ୍କୁ 'ପାଟୁଆ' ବୋଲାଯାଏ ଓ ଏ ଯାତ୍ରାକୁ 'ଦଣ୍ଡଯାତ' ବା 'ଝାମୁଯାତ' ବୋଲାଯାଏ ବ୍ରତଧାରୀର ପିଠିକୁ ପୋଡ଼ା ଝୁଣା ପିଙ୍ଗି ପିଠିର ଚମକୁ କଷ୍ଟସହନ କ୍ଷମ କରାଯାଏ ପୋଡ଼ା ଝୁଣା ମରାଯିବା ଯୋଗୁଁ ପିଠି ଚମ ଅକାଟୁ ହେଲାରୁ ପିଠିକୁ ଫୋଡ଼ି ବେଏଁ ଶିରା ତଳେ ଗୋଟିଏ ବନିଶୀକଣ୍ଟା ପରି ବଡ଼ ମୁନିଆଁ ହୁକ ଫୋଡ଼ାଯାଏ ଓ ସେ ହୁକର ମୂଳରେ ଦଉଡ଼ି ଲାଗେ ଭୂମିରେ ଗୋଟିଏ2025ହାତ ଉଚ୍ଚ ବାଉଁଶ ପୋତା ଯାଇ ସେ ବାଉଁଶର ଅଗରେ ତରାଜୁଦଣ୍ଡ ବା ବାହୁଙ୍ଗୀ ପରି ଗୋଟିଏ ନମନୀୟ ବାଉଁଶ ଲଗାଯାଏ ସେହି ବାହୁଙ୍ଗୀର ଗୋଟିଏ ମୁଣ୍ଡରେ ଏକ ଲମ୍ବ ଦଉଡ଼ି ଲଗାଯାଏ ଓ ଅନ୍ଯ ମୁଣ୍ଡରେ ପାଟୁଆର ପିଠିରେ ଫୋଡ଼ା ହୋଇଥିବା ବନିଶୀକଣ୍ଟାର ମୂଳରେ ଲାଗିଥିବା ଦଉଡ଼ିରେ ପାଟୁଆକୁ ଟାଙ୍ଗିଦିଅନ୍ତି ଓ ପାଟୁଆ ଶୁନ୍ୟରେ ଝୁଲୁଥାଏ ଏବଂ ଲୋକେ ଆରମୁଣ୍ଡର ଦଉଡ଼ିକୁ ଟାଣି ସେ ବାହୁଙ୍ଗୀକୁ ଘୂରାନ୍ତି ଓ ପାଟୁଆ ଶୂନ୍ୟରେ7ଘେରା ବା21ଘେରା ଘାଉଁରି ଖାଇ ବୁଲୁଥାଏ ତତ୍ପରେ ପାଟୁଆକୁ ସେଥିରୁ ମୁକ୍ତ କରନ୍ତି ଓ ପାଟୁଆ ମାସେ ଯାକେ ଗ୍ରାମେ ଗ୍ରାମେ ବୁଲି ବାଜା ସହିତ ନାଚେ ଓ ଗୀତ ବୋଲେ]