ଚୈତନ୍ୟ Cha̲i̱tanya
- ସଂ. ବି. (ଚେତନ+ଭାବ ବା ସ୍ୱାର୍ଥ. ଯ) — ଜ୍ଞାନ; ଅନୁଭୂତି; ବୋଧ — Sensation; knowledge; perception; intelligence
- ସଂ. ବି. (ଚେତନ+ଭାବ ବା ସ୍ୱାର୍ଥ. ଯ) — ଚେତନା — Animation; consciousness
- ସଂ. ବି. (ଚେତନ+ଭାବ ବା ସ୍ୱାର୍ଥ. ଯ) — ଜାଗରଣ — Awakening
- ସଂ. ବି. (ଚେତନ+ଭାବ ବା ସ୍ୱାର୍ଥ. ଯ) — ପ୍ରକୃତି — Nature
- ସଂ. ବି. (ଚେତନ+ଭାବ ବା ସ୍ୱାର୍ଥ. ଯ) — ଜୀବନ; ପ୍ରାଣ — Life
- ସଂ. ବି. (ଚେତନ+ଭାବ ବା ସ୍ୱାର୍ଥ. ଯ) — ପରମାତ୍ମା; ବ୍ରହ୍ମ — Brahma; the Universal Soul
- ସଂ. ବି. (ଚେତନ+ଭାବ ବା ସ୍ୱାର୍ଥ. ଯ) — ପରମେଶ୍ୱର (ହି. ଶବ୍ଦସାଗର) — God
- ସଂ. ବି. (ଚେତନ+ଭାବ ବା ସ୍ୱାର୍ଥ. ଯ) — ଜୀବାତ୍ମା — The individual soul
- ସଂ. ବି. (ଚେତନ+ଭାବ ବା ସ୍ୱାର୍ଥ. ଯ) — [ଦ୍ର—ନ୍ଯାୟଦର୍ଶନରେ ଜ୍ଞାନ ଓ ଚୈତନ୍ୟ ଏକ ଥିବାର ବୋଲାଯାଇ ଅଛି। ଏହା ଆତ୍ମାର ଧର୍ମ ଅଟେ। କିନ୍ତୁ ସାଂଖ୍ୟଦର୍ଶନ ମତରେ ଜ୍ଞାନ ଓ ଚୈତନ୍ୟ ପୃଥକ୍; ଚୈତନ୍ୟକୁ ଆତ୍ମାର ଧର୍ମ ଓ ଜ୍ଞାନକୁ ବୁଦ୍ଧିର ଧର୍ମ ବୋଲାଯାଇଅଛି—ହି. ଶବ୍ଦସାଗର।]
- ଦେ. ବି — ବଙ୍ଗର ପ୍ରସିଦ୍ଧ ବୈଷ୍ଣବ ପ୍ରଚାରକ ଶ୍ରୀ ଚୈତନ୍ୟ ଦେବ — Name of the Bengalee religious reformer Cha̲i̱tanya
- ଦେ. ବି — [ଦ୍ର—ଶ୍ରୀ ଚୈତନ୍ୟ ଦେବ 1484 ଖ୍ରୀଷ୍ଟାବ୍ଦ ( 1408 ଶକାବ୍ଦ) ଦୋଳପୂର୍ଣ୍ଣିମା ରାତ୍ରରେ ଚନ୍ଦ୍ରଗ୍ରହଣ ସମୟରେ ବଙ୍ଗଦେଶର ନଦିଆ ବା ନବଦ୍ୱୀପ ନଗରରେ ଜନ୍ମଗ୍ରହଣ କରିଥିଲେ। ତାହାଙ୍କର ପିତାଙ୍କ ନାମ ଜଗନ୍ନାଥ ମିଶ୍ର ଓ ମାତାଙ୍କ ନାମ ଶଚୀଦେବୀ। ବାଲେଶ୍ୱର ଜିଲ୍ଲାରେ ତାହାଙ୍କ ବଂଶର ଆଦି ବାସସ୍ଥାନ ଥିଲା। ଜଗନ୍ନାଥ ମିଶ୍ର ବଡ଼ ପଣ୍ଡିତ ଥିଲେ। ବିଦ୍ୟାଚର୍ଚ୍ଚା କରିବା ନିମନ୍ତେ ସ୍ୱଦେଶ ଛାଡ଼ି ସେ ସକୁଟୁମ୍ବ ନବଦ୍ୱୀପରେ ବାସ କରିଥିଲେ। — [ଦ୍ର—ଶ୍ରୀ ଚୈତନ୍ୟ ଦେବ1484ଖ୍ରୀଷ୍ଟାବ୍ଦ (1408ଶକାବ୍ଦ) ଦୋଳପୂର୍ଣ୍ଣିମା ରାତ୍ରରେ ଚନ୍ଦ୍ରଗ୍ରହଣ ସମୟରେ ବଙ୍ଗଦେଶର ନଦିଆ ବା ନବଦ୍ୱୀପ ନଗରରେ ଜନ୍ମଗ୍ରହଣ କରିଥିଲେ ତାହାଙ୍କର ପିତାଙ୍କ ନାମ ଜଗନ୍ନାଥ ମିଶ୍ର ଓ ମାତାଙ୍କ ନାମ ଶଚୀଦେବୀ ବାଲେଶ୍ୱର ଜିଲ୍ଲାରେ ତାହାଙ୍କ ବଂଶର ଆଦି ବାସସ୍ଥାନ ଥିଲା ଜଗନ୍ନାଥ ମିଶ୍ର ବଡ଼ ପଣ୍ଡିତ ଥିଲେ ବିଦ୍ୟାଚର୍ଚ୍ଚା କରିବା ନିମନ୍ତେ ସ୍ୱଦେଶ ଛାଡ଼ି ସେ ସକୁଟୁମ୍ବ ନବଦ୍ୱୀପରେ ବାସ କରିଥିଲେ
- ଦେ. ବି — ଚୈତନ୍ୟ ବୈଷ୍ଣବ—ଧର୍ମ—ପ୍ରଚାରକ। ସେ 1510 ଖ୍ରୀଷ୍ଟାବ୍ଦରେ ରାଜା ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ ସମୟରେ ଉତ୍କଳକୁ ଆସିଥିଲେ। ରାଜା ବୈଷ୍ଣବ ଥିବାରୁ ତାହାଙ୍କ ସହାୟତାରେ ଶ୍ରୀ ଚୈତନ୍ୟଦେବ ସମଗ୍ର ଉତ୍କଳରେ ବୈଷ୍ଣବ ଧର୍ମର ପ୍ରେମଲହରୀ ଖେଳାଇ ଦେଇଥିଲେ। ପୁରୀର ରାଧାକାନ୍ତ ମଠ ତାହାଙ୍କ ସାଧନାର ପ୍ରଧାନ ପୀଠ ଥିଲା। ପୁରୀର 'ତୋଟା ଗୋପୀନାଥ'ଙ୍କ ମନ୍ଦିରରେ ସେ ତନୁତ୍ୟାଗ କରି— ଥିଲେ। କୃପାସିନ୍ଧୁ, ଉତ୍କଳ ଇତିହାସ। — ଚୈତନ୍ୟ ବୈଷ୍ଣବ—ଧର୍ମ—ପ୍ରଚାରକ ସେ1510ଖ୍ରୀଷ୍ଟାବ୍ଦରେ ରାଜା ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱ ସମୟରେ ଉତ୍କଳକୁ ଆସିଥିଲେ ରାଜା ବୈଷ୍ଣବ ଥିବାରୁ ତାହାଙ୍କ ସହାୟତାରେ ଶ୍ରୀ ଚୈତନ୍ୟଦେବ ସମଗ୍ର ଉତ୍କଳରେ ବୈଷ୍ଣବ ଧର୍ମର ପ୍ରେମଲହରୀ ଖେଳାଇ ଦେଇଥିଲେ ପୁରୀର ରାଧାକାନ୍ତ ମଠ ତାହାଙ୍କ ସାଧନାର ପ୍ରଧାନ ପୀଠ ଥିଲା ପୁରୀର 'ତୋଟା ଗୋପୀନାଥ'ଙ୍କ ମନ୍ଦିରରେ ସେ ତନୁତ୍ୟାଗ କରି— ଥିଲେ କୃପାସିନ୍ଧୁ, ଉତ୍କଳ ଇତିହାସ