ଚେର ଦେବା Chera debā

  • ଦେ. କ୍ରି — (ଦୃଢ଼ମୂଳ ହୋଇଥିବା ଗଛ) ଭୂମିରେ ଗଭୀର ପ୍ରଦେଶକୁ ଚେର ବିସ୍ତାର କରିବା — (a tree) To strike root; to send forth the roots deep into the soil; to take root
  • ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ସ୍ଥାନରେ ସ୍ଥାୟୀଭାବରେ ଅବସ୍ଥାନ କରିବା — (figurative) To become firmly established at a place; to permanently reside at a place
  • ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ସ୍ଥାନରେ ନିଜର ଅଧିକାର ବା ସମ୍ପତ୍ତି ବା ସମ୍ପର୍କ ଆଧିପତ୍ୟ ବିସ୍ତାର କରିବା — (figurative) To extend one's authority, influence, property or connection in a place
  • ଦେ. କ୍ରି — (ଲକ୍ଷଣାର୍ଥ) ନିଜର ବଂଶବୃଦ୍ଧିଦ୍ୱାରା ବହୁସଂଖ୍ୟକ ବ୍ଯକ୍ତି— ସମ୍ବଳିତ ପରିବାରର କର୍ତ୍ତା ହେବା — (figurative) To have a large number of children added to one's family
  • ଦେ. କ୍ରି — (ଲକ୍ଷଣାର୍ଥ) (ସ୍ତ୍ରୀ ପକ୍ଷରେ)—ସନ୍ତାନ ପ୍ରସବ କରିବା — (figurative) (in the case of a woman) To give birth to a child
  • ଦେ. କ୍ରି — (ଭୂମିରେ ପୋତା ହୋଇଥିବା କିମ୍ବା କଲମ କରାଯାଇ ଥିବା କୋଣସି ଗଛର ଡାଳ) ମୂଳଦେଶରୁ ଚେର କାଢ଼ିବା — To send forth roots (said of a branch planted on the ground or grafted)