ଚେପ୍ଟା ଢୋଲ Chep-ṭā ḍhola
- ପ୍ରାଦେ. (ସମ୍ବଲପୁର) ବି. — ଆଶ୍ୱିନପର୍ବ ସମୟରେ ସମଲେଶ୍ୱରୀ ଠାକୁରାଣୀଙ୍କୁ ଉଭା କରିବା ଉପଲକ୍ଷରେ ବଜାଯିବା ଏକପ୍ରକାର ଢୋଲ — A kind of drum beat before Goddess Samaleṡwarī of Sambalpur during the Durgāpujā festival
- ପ୍ରାଦେ. (ସମ୍ବଲପୁର) ବି. — [ଦ୍ର—ଏ ଢୋଲ ଗୋଲାକାର। ମାତ୍ର ଏହାର ଗଠନ ଚେପ୍ଟା। ଏହାର ସ୍ୱର ଢୋଲର ସ୍ୱରଠାରୁ ଉଚ୍ଚତର। ଏହାକୁ ପୂଜା କରି ଓ ଓ ଫୁଲ ଚନ୍ଦନରେ ବିଭୂଷିତ କରି ଘାସୀମାନେ ବଜାନ୍ତି। ବଜାଉଥିବା ବେଳେ ଓ ବାଦ୍ୟନାଦରେ ଥରେ ଉକୁଟାଣ ଓ ଛିଣ୍ଡାଣ କରାଯାଇ ଗୋଟିଏ ଗୋଟିଏ ଭରଣୀ ହୁଏ। ଏହି ପରି ଷୋଳଟି ଭରଣୀ ବାଦିତ ହେଲେ କାଳିସୀ (ବଳି) ଠାରେ ଠାକୁରାଣୀ ଉଭା ହୁଅନ୍ତି।]