ଚେଙ୍ଗ ରାଶି ବେଙ୍ଗ ରାଶି Cheṅga rāṡi beṅga rāṡi
- ଦେ. ବି. (ପ୍ରବଚନ ବା ଉଲ୍ଲାଖ) — ଦୁଇ ଜଣଙ୍କ ମଧ୍ୟରେ କେବେ ହେଲେ ମନ ନ ମିଳିବା ଅବସ୍ଥା — A phrase used with reference to two persons who are inimical to each other or who do never agree
- ଦେ. ବି. (ପ୍ରବଚନ ବା ଉଲ୍ଲାଖ) — ଦୁଇ ଜଣଙ୍କର ଖୁବ ମନ ମିଳିବା ଅବସ୍ଥା — A state of close intimacy or agreement between two persons
- ଦେ. ବି. (ପ୍ରବଚନ ବା ଉଲ୍ଲାଖ) — (ଯଥା—ସେ ଦୁଇ ଜଣଙ୍କର ଚେଙ୍ଗ ରାଶି ବେଙ୍ଗ ରାଶି।)
- ଦେ. ବି. (ପ୍ରବଚନ ବା ଉଲ୍ଲାଖ) — [ଦ୍ର—ଚେଙ୍ଗମାନେ ଅଳ୍ପ ପାଣିରେ ଥାଆନ୍ତି ଓ ପାଣିକୂଳରୁ ଥଳକୁ କିଛି ଦୂର ଡେଇଁ ଆସନ୍ତି। ବେଙ୍ଗମାନେ ମଧ୍ୟ ଅଳ୍ପ ପାଣିରେ ଥାଆନ୍ତି ଓ ପାଣିକୂଳରୁ ଥଳକୁ କିଛି ଦୂର ଡେଇଁ ଆସନ୍ତି। ପାଣି କୂଳକୁ କେହି ଯିବା ମାତ୍ରେ କୂଳରେ ଥଳରେ ଥିବା ଚେଙ୍ଗ ଓ ବେଙ୍ଗମାନେ ପାଣି ଭିତରକୁ ଫକ୍ ଫାକ୍ ଡେଇଁ ପଡ଼ନ୍ତି। ଏହି କାରଣରୁ ଏମାନଙ୍କ ମଧ୍ୟରେ ଶତ୍ରୁତା ବା ମିତ୍ରତା ଥିବାର କଳ୍ପନା କରି ଏ ପ୍ରବଚନ ବ୍ଯବହୃତ ହୋଇଅଛି।]