ଚୂଡ଼ାମଣି Chūṟḍ̠āmaṇi
- ସଂ. ବି. ( 6 ଷ୍ଠୀ ତତ୍; ଚୂଡ଼ା+ମଣି) — ମୁକୁଟର ପ୍ରଧାନ ମଣି — Crest-jewel; a jewel worn on the diadem or crest; the gem worn in the crown
- ସଂ. ବି. ( 6 ଷ୍ଠୀ ତତ୍; ଚୂଡ଼ା+ମଣି) — ସର୍ବଶ୍ରେଷ୍ଠ ବ୍ଯକ୍ତି — Chief or principal person
- ସଂ. ବି. ( 6 ଷ୍ଠୀ ତତ୍; ଚୂଡ଼ା+ମଣି) — କାକମାଚି (ଦେଖ) — Kākamāchi (See)
- ଦେ. ବି — ବଙ୍ଗଦେଶର ବିଦ୍ୱାନ୍ ପଣ୍ଡିତମାନଙ୍କୁ ଦିଆଯିବା ଉପାଧି — A title given to Bengal Pandits for eminent scholarship
- ଦେ. ବି — ଉତ୍କଳର କେତେକ ବିଶିଷ୍ଟ ଜମିଦାରଙ୍କ ଉପାଧି — The title of some prominent zamindars of Orissa
- ଦେ. ବି — (ନାମ) ଚୂଡ଼ାମନ୍ (ଦେଖ) — Chūṟḍ̠āman (See)
- ବିଣ — ସର୍ବଶ୍ରେଷ୍ଠ — Chief; principal; eminent
- ବିଣ — ଏହା କରି ସାରି ଧାନୁକିଚୂଡ଼ାମଣି ଅରଜୁନ କହିଲେ ଶ୍ରୀକୃଷ୍ଣଙ୍କୁ ବାଣୀ। କୃଷ୍ଣସିଂହ, ମହାଭାରତ, କର୍ଣ୍ଣ।
- ବିଣ — ସର୍ବୋଚ୍ଚ — Highest
- ବିଣ — ତ୍ରିଲୋକ ଚୂଡ଼ାମଣି ସ୍ଥାନେ ବସିଲା ନିଶ୍ଚଳ ଆସନେ। ଜଗନ୍ନାଥ, ଭାଗବତ।