ଚୂର୍ଣ୍ଣକ Chūrṇṇaka

  • ସଂ. ବି. (ଚୂର୍ଣ୍ଣ+ସ୍ୱାର୍ଥେ. କ) — ଚୂନା; ଗୁଣ୍ଡା — Powder
  • ସଂ. ବି. (ଚୂର୍ଣ୍ଣ+ସ୍ୱାର୍ଥେ. କ) — ଗଦ୍ୟଦ୍ୱାରା ପଦ୍ୟକୁ ବ୍ୟାଖ୍ୟା କିରିବା ଗ୍ରନ୍ଥବିଶେଷ — A composition expounding by a sentence in prose, the purport of a preceding verse
  • ସଂ. ବି. (ଚୂର୍ଣ୍ଣ+ସ୍ୱାର୍ଥେ. କ) — [ଦ୍ର—ଚୂର୍ଣ୍ଣକ ଗ୍ରନ୍ଥରେ ପଦ୍ଯ ଥାଏ ଓ ତହିଁ ତଳେ ଉକ୍ତ ପଦ୍ୟର ଗଦ୍ୟରେ ବ୍ୟାଖ୍ୟା ଥାଏ।]
  • ସଂ. ବି. (ଚୂର୍ଣ୍ଣ+ସ୍ୱାର୍ଥେ. କ) — ବିଶଦ ବ୍ୟାଖ୍ୟାନ ପୁସ୍ତକ; ମାନେ ବହି — An elaborate commentary, a key
  • ସଂ. ବି. (ଚୂର୍ଣ୍ଣ+ସ୍ୱାର୍ଥେ. କ) — (ଚୂର୍ଣ୍ଣ ଧାତୁ+କର୍ମ. ଅକ) ଅଟା; ଛତୁଆ — Barley-meal; corn-flour
  • ସଂ. ବି. (ଚୂର୍ଣ୍ଣ+ସ୍ୱାର୍ଥେ. କ) — ଔଷଧଚୂର୍ଣ୍ଣ — A medicinal powder
  • ସଂ. ବି. (ଚୂର୍ଣ୍ଣ+ସ୍ୱାର୍ଥେ. କ) — କଠୋରବର୍ଣ୍ଣ ଓ ଦୀର୍ଘସମାସ ବିରହିତ ଏବଂ ବୈଦର୍ଭୀ ରୀତିରେ ଲିଖିତ ରଚନା — A very simple style of composition
  • ସଂ. ବି. (ଚୂର୍ଣ୍ଣ+ସ୍ୱାର୍ଥେ. କ) — ଆଭାସ; ଅଭିପ୍ରାୟ ପ୍ରଦର୍ଶନ (ପ୍ରକୃତିବାଦ) — Indication of one's intention
  • ସଂ. ବି. (ଚୂର୍ଣ୍ଣ+ସ୍ୱାର୍ଥେ. କ) — ଏକପ୍ରକାର ଶାଳିଧାନ୍ୟ (ହି. ଶବ୍ଦସାଗର) — A kind of winter-paddy
  • ସଂ. ବି. (ଚୂର୍ଣ୍ଣ+ସ୍ୱାର୍ଥେ. କ) — ବୃକ୍ଷବିଶେଷ (ହି. ଶବ୍ଦସାଗର) — A kind of tree