ଚୁଲୀହଗୁରା Chulīhagurā
- ଦେ. ବିଣ. ପୁଂ — ଯେଉଁ ବ୍ଯକ୍ତି ଡରରେ ପଦାକୁ ଝାଡ଼ା ଫେରି ନ ଯାଇ ଲିଭିଲା ଚୁଲୀରେ (ବିଶେଷତଃ ରାତିରେ) ଝାଡ଼ା ଫେରେ — A person who eases in the oven for fear of going out to answer the call of nature, specially during the night
- ଦେ. ବିଣ. ପୁଂ — କାହାର ବାଟିଲେ ଘଷିଲେ ପୋଡ଼ପିଠା ତାର ଚୁଲୀରେ ହଗିଲେ ପୋଡ଼ପିଠା। ଢଗ।
- ଦେ. ବିଣ. ପୁଂ — [ଦ୍ର— ପୂର୍ବେ ସମାଜରେ ଏପରି କଡ଼ା ପ୍ରଥା ଥିଲା ଯେ ନବାଗତବଧୁ ନିର୍ଜନରାତି ନ ହେଲେ ଘରୁ ପଦାକୁ ବାହାରିବ ନାହିଁ, ଏପରି ଅବସ୍ଥାରେ ନବବଧୂମାନଙ୍କ ନିର୍ଯ୍ୟାତନ ଓ ଦୁଃଖଭୋଗ କହିଲେ ସରୁ ନ ଥିଲା। ଫଳତଃ ସେମାନଙ୍କୁ କାଳେ ଦିନବେଳେ ପୋଖରୀ ତଲବ ହେବ ଏଥିପାଇଁ ସେମାନେ ପେଟପୂରା କରି ମୁଠାଏ ଖାଉ ନ ଥିଲେ; ତଥାପି କେତେବେଳେ ଦୁର୍ଭାଗ୍ୟକୁ ଦିନରେ ପ୍ରସ୍ରାବ ବା ଝାଡ଼ା ମାଡ଼ିଲେ ବହୁ ସମୟ ମଳମୂତ୍ରର ବେଗ ରୋଧ କରୁଥିଲେ ଓ ନିତାନ୍ତ ଅସମ୍ଭାଳ ହେଲା ବେଳକୁ ପଦାକୁ ଯାଇ ନ ପାରି ଚୁଲୀରେ ଆରଜାତିକା କରି ପକାଉଥିଲେ।]