ଚୁଲୀମୁଣ୍ଡ Chulīmuṇḍa
- ଦେ. ବି — ଚୁଲୀର ନିକଟବର୍ତ୍ତୀ ସ୍ଥାନ — The vicinity of an oven
- ଦେ. ବି — (ଯଥା—ବୋହୁଟି ସବୁବେଳେ ଚୁଲୀମୁଣ୍ଡରେ ପଶିଛି।)
- ଦେ. ବି — ଦୁଇଟି ଚୁଲୀର ମଧ୍ୟବର୍ତ୍ତୀ ସ୍ଥାନ — The space between two ovens
- ଦେ. ବି — ବାପ ଲୋ ବାପ! ଚୁଲୀ ମୁଣ୍ଡଠେଇଁ ଜୋଡ଼ାଏ ସାପ—ଢଗ।
- ଦେ. ବି — [ଦ୍ର—ଏ ସ୍ଥାନ ଉଷୁମଥିବାରୁ ବିରାଡ଼ିମାନେ ଶୀତଦିନରେ ଲିଭିଲା ଚୁଲୀର ଚୁଲୀମୁଣ୍ଡରେ ଶୁଅନ୍ତି।]
- ଦେ. ବି — (ଲକ୍ଷଣାର୍ଥ) ଅନ୍ତଃପୁର — Female compartments; zenana
- ଦେ. ବି — (ଯଥା—ଗମ୍ଭୀରିସାଆନ୍ତେ ସବୁବେଳେ ଚୁଲୀମୁଣ୍ଡରେ ରହିଲେ।)
- ଦେ. ବି — (ଲକ୍ଷଣାର୍ଥ) ପାକଶାଳା — Kitchen
- ଦେ. ବି — ଝିଅଜନମ ତୁଚ୍ଛା ଚୁଲୀମୁଣ୍ଡକୁ। ଢଗ।
- ଦେ. ବି — (ଲକ୍ଷଣାର୍ଥ) ଅନ୍ତଃପୁରସ୍ଥା ସ୍ତ୍ରୀମାନଙ୍କ ସାହଚର୍ଯ୍ୟ — Company of females in the cook room
- ଦେ. ବି — ପାକକର୍ମ — The act of cooking
- ଦେ. ବି — ଝିଅ ହୋଇ ଯେବେ ଚୁଲିମୁଣ୍ଡକୁ ଯୋଗ୍ୟ ନ ହେଲା, ତା ଜନମଟା ବୃଥା। ଢଗ।