ଚୁମ୍ବିବା Chumbibā
- ଦେ. କ୍ରି (ସଂ. ଚୁମ୍ବ ଧାତୁ) — ସ୍ନେହରେ କୌଣସି ବ୍ଯକ୍ତିର ଗଣ୍ଡଦେଶ, ଚିବୁକ ବା ମସ୍ତକରେ ଓଠ ଲଗାଇବା; ଚୁମ୍ବନ କରିବା — To kiss
- ଦେ. କ୍ରି (ସଂ. ଚୁମ୍ବ ଧାତୁ) — ଚୁମ୍ବିଲେ ଭରତ ଶତ୍ରୁଘ୍ନ ଶିର, ଆଲିଙ୍ଗି ଆଦରେ ରଘୁପ୍ରବୀର। ମଧୁସୂଦନ, କବିତାବଳି।
- ଦେ. କ୍ରି (ସଂ. ଚୁମ୍ବ ଧାତୁ) — କୋମଳଭାବରେ ସ୍ପର୍ଶ କରିବା — To touch tenderly or lightly
- ଦେ. କ୍ରି (ସଂ. ଚୁମ୍ବ ଧାତୁ) — କୋମଳତର ମୋହନ, କୁଞ୍ଜକୁକ୍ଷିରୁ କି ସ୍ୱନ ଆସି ଚୁମ୍ବିଦେଲା ମୋ ଶ୍ରୁତିରେ। କବିସୂର୍ଯ୍ୟ, କିଶୋରୀଚମ୍ପୂ, କ, ଗୀତ।
- ଦେ. କ୍ରି (ସଂ. ଚୁମ୍ବ ଧାତୁ) — ସମ୍ମିଳିତ ହେବା — To be joined together; to be attached
- ଦେ. କ୍ରି (ସଂ. ଚୁମ୍ବ ଧାତୁ) — ଭେଟିବା; ହାବୁଡ଼ିବା — To meet
- ଦେ. କ୍ରି (ସଂ. ଚୁମ୍ବ ଧାତୁ) — ଶୋଭାନିଧି ତୋ ଗାତ୍ର, ନ ଚୁମ୍ବୁ ଶ୍ୟାମ ନେତ୍ର। କବିସୂର୍ଯ୍ୟ, ଚମ୍ପୂ
- ଦେ. କ୍ରି (ସଂ. ଚୁମ୍ବ ଧାତୁ) — କଥା ସଙ୍ଗେସଙ୍ଗେ ଅର୍ଥ ଗୋଡ଼ାଇବା — To follow behind (e.g. a meaning following a sentence)
- ଦେ. କ୍ରି (ସଂ. ଚୁମ୍ବ ଧାତୁ) — (ଯଥା—ମୋ କଥାକୁ ଅର୍ଥ ଚୁମ୍ବୁଛିଟି କି?)
- ଦେ. କ୍ରି (ସଂ. ଚୁମ୍ବ ଧାତୁ) — (ଲକ୍ଷଣାର୍ଥ) ଅନୁଭୂତ ହେବା; ବୋଧ ହେବା — To affect; to be felt
- ଦେ. କ୍ରି (ସଂ. ଚୁମ୍ବ ଧାତୁ) — ଶରଦଚନ୍ଦ୍ର ଚୁମ୍ବୁ ନାହିଁ କି ଲାଜ—କବିସୂର୍ଯ୍ୟ, କିଶୋରୀଚମ୍ପୂ, ଶ. ଗୀତ।
- ଦେ. କ୍ରି (ସଂ. ଚୁମ୍ବ ଧାତୁ) — (ସଂ. ଆଚମନ) ଆଗମନ କରିବା — To sip