ଚୁମ୍ବକ ଲୌହ Chumbaka la̲u̲ha
- ଦେ. ବି — ଯେଉଁ ଲୁହାରେ ଚୁମ୍ବକ ପଥରର ଗୁଣ (ଅନ୍ଯ ଲୁହାକୁ ଟାଣିବାର ଗୁଣ) ନିହିତ କରା ଯାଇଥାଏ — Magnetic iron
- ଦେ. ବି — [ଦ୍ର—ନାନାସ୍ଥାନରେ ଭୂଗର୍ଭରୁ ଚୁମ୍ବକ ଲୌହ ଓ ଚୁମ୍ବକ— ପଥର ମିଳେ। ଏହା ଲୌହକୁ ଆପଣା ଆଡ଼କୁ ଆକର୍ଷଣ କରେ। ଏହି ଆକର୍ଷଣ—ଶକ୍ତି ବୈଦ୍ୟୁତିକ ଶକ୍ତି ଅଟେ। ସାଧାରଣ ଲୁହାକୁ ଚୁମ୍ବକପଥର ବା ଚୁମ୍ବକଲୁହାରେ ଘଷିଲେ ତାହା ଚୁମ୍ବକର ଗୁଣଯୁକ୍ତ ହୁଏ। ଚୁମ୍ବକ ଲୌହର ଦୁଇ ପ୍ରାନ୍ତ ଲୁହାକୁ ଆକର୍ଷଣ କରେ। ଏ ଦୁଇ ପ୍ରାନ୍ତକୁ ଆକର୍ଷଣପ୍ରାନ୍ତ କହନ୍ତି। ଚୁମ୍ବକ ଲୌହର ମଧ୍ୟଭାଗରେ ଉକ୍ତ ଶକ୍ତି ନ ଥାଏ, ଏହାକୁ ଶୂନ୍ଯପ୍ରାନ୍ତ କହନ୍ତି। ଗୋଟିଏ ଚୁମ୍ବକ ଶଳାକାକୁ ତାହାର କେନ୍ଦ୍ରବିନ୍ଦୁ ଉପରେ ରଖିଲେ ବା ଝୁଲାଇଲେ ବା ପାଣିରେ ଭସାଇଲେ ତାହାର ଗୋଟିଏ ପ୍ରାନ୍ତ ଉତ୍ତରଦିଗକୁ ଓ ଗୋଟିଏ ପ୍ରାନ୍ତ ଦକ୍ଷିଣ ଦିଗକୁ ବୁଲିଯାଏ। ଚୁମ୍ବକ—ଶଳାକାର ଏହି ଗୁଣ ଯୋଗୁଁ ଏହାଦ୍ୱାରା ଦିଗ୍ନିର୍ଣ୍ଣୟଯନ୍ତ୍ର (କମ୍ପାସ୍) ନିର୍ମିତ ହୁଏ। କମ୍ପାସ୍ ମଧ୍ୟରେ ଥିବା ଚୁମ୍ବକ—ଶଳାକାର ଗୋଟିଏ ପ୍ରାନ୍ତ ଉତ୍ତରକୁ ଓ ଗୋଟିଏ ପ୍ରାନ୍ତ ଦକ୍ଷିଣକୁ ବୁଲି ଯାଉ ଥିବାରୁ ନାବିକମାନେ ଅକୂଳ ସମୁଦ୍ରରେ ଓ ପର୍ଯ୍ୟଟକମାନେ ମରୁଭୂମି ଓ ଅରଣ୍ୟରେ ଦିଗ ବାରି ପାରନ୍ତି। ଏକ ଚୁମ୍ବକ ଶଳାକାର ଉତ୍ତରପ୍ରାନ୍ତ ଅନ୍ଯ ଚୁମ୍ବକଶଳାକାର ଦକ୍ଷିଣପ୍ରାନ୍ତକୁ ଆକର୍ଷଣ କରେ। ଇସ୍ପାତର ଛଡ଼ରେ ବିଦ୍ୟୁତ୍ପ୍ରବାହ ପ୍ରବେଶ କରାଇଲେ ତାହା ଚୁମ୍ବକରେ ପରିଣତ ହୁଏ। ଚୁମ୍ବକଗୁଣଯୁକ୍ତ ଇସ୍ପାତରୁ ମଧ୍ୟ ବିଦ୍ୟୁତ୍ପ୍ରବାହ ଉତ୍ପାଦନ କରାଯାଏ।]