ଚୁଟି ହାତରେ ପଡ଼ିବା Chuṭi hātare paṟḍ̠ibā

  • ଦେ. ବି — କୌଣସି ଲମ୍ବ କେଶ ଥିବା ବ୍ଯକ୍ତିର ଶିଖା ଅନ୍ଯ ଲୋକର ମୁଠାରେ ଧୃତ ହେବା — The tuft of a person's long hair being caught by another person
  • ଦେ. ବି — ଭଣ୍ଡାରି ହାତରେ ପଡ଼ିଛି ଚୁଟି ଯେଣିକି ନଉଛି ତେଣିକି ଉଠି। ଢଗ।
  • ଦେ. ବି — [ଦ୍ର—ଚୁଟିଆ ଲୋକଙ୍କୁ ଖିଅର କଲାବେଳେ ତାଙ୍କ ଚୁଟିକୁ ଭଣ୍ଡାରି ବାମ ହାତରେ ମୁଠାଇ ଧରି ଡାହାଣ ହାତରେ ଖିଅର କରେ।]
  • ଦେ. ବି — (ଲକ୍ଷଣାର୍ଥ) ଅନ୍ୟର କାବୁରେ ଆସିବା — (figurative) Being under the complete sway of another
  • ଦେ. ବି — (ଯଥା—ତାଙ୍କଦ୍ୱାରା ମୋର କେତେକ କାର୍ଯ୍ୟୋଦ୍ଧାର ହେବାର ଆଶା ଥିବାରୁ ମୋ ଚୁଟି ତାଙ୍କ ହାତରେ ପଡ଼ିଛି, ସେ ବର୍ତ୍ତମାନ ଯାହା କରିବାକୁ କହିବେ ମୁଁ ତାହା ଭାଙ୍ଗି ପାରିବି ନାହିଁ।)