ଚୁଚୁମିବା Chuchumibā
- ଦେ. କ୍ରି. (ସଂ. ଚୁମ୍ବ ଧାତୁର ଯଙନ୍ତ ଚୁଚୁମ୍ବ ଧାତୁ=ଅତିଶୟ ବା ବାରମ୍ବାର ଚୁମ୍ବନ କରିବା) — ଜିଭ ଓ ଓଠଦ୍ୱାରା ବାରମ୍ବାର ଶୋଷିବା — To suck (e.g. mother's milk)
- ଦେ. କ୍ରି. (ସଂ. ଚୁମ୍ବ ଧାତୁର ଯଙନ୍ତ ଚୁଚୁମ୍ବ ଧାତୁ=ଅତିଶୟ ବା ବାରମ୍ବାର ଚୁମ୍ବନ କରିବା) — [ଦ୍ର—ଚୁମ୍ବନ କରିବା ବସ୍ତୁ ଓଠର ବାହାରେ ଥାଏ, କିନ୍ତୁ ଚୁଚୁମା ଯିବା ବସ୍ତୁକୁ ପାଟିରେ ପୂରାଇ ଦାନ୍ତ ଓ ଜିଭ ସାହାଯ୍ୟରେ ତହିଁରୁ ରସ ଶୋଷଣ କରାଯାଏ। ଚୁଚୁମିବା ଓ ଶୋଷିବା ବା ଚୁଷିବା ମଧ୍ୟରେ ପ୍ରଭେଦ ଏହି କି ଶୋଷିବାବେଳେ କୌଣସି ବସ୍ତୁର ଆଗପାଖ ଅଂଶକୁ ପାଟିରେ ପୂରାଇ ତହିଁରୁ ରସ ଶୋଷଣ କରାଯାଏ, ଯଥା—ଶିଶୁ ମାତୃସ୍ତନକୁ ଶୋଷେ; କିନ୍ତୁ ଚୁଚୁମିବା ବେଳେ ଚୁଚୁମା ଯିବା ବସ୍ତୁର ଅଧିକ ଅଂଶ ପାଟିଭିତକୁ ପୁରାଇବାକୁ ହୁଏ। ଯଥା—ଆମ୍ବଟାକୁଆ ଚୁଚୁମିବା।]