ଚୁଁ ଚୁଁ Chuñchuñ
- ଦେ. ବି. (ଧ୍ୱନ୍ୟନୁକରଣ) — ବୋହୁଭୁଆଶୁଣୀମାନେ ଗୁରୁଜନମାନଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କଥା ନ କହି ନ ଡାକି ଦାନ୍ତ ଓ ଜିଭ ସାହାଯ୍ୟରେ ଉଚ୍ଚାରଣ କରିବା ଚୁଁ ଚୁଁ ମଧୁର ଶବ୍ଦ—(ଏ ଶବ୍ଦ ଜିଭ ଓ ଉପର ଦାନ୍ତ ମୂଳ ଦ୍ୱାରା ଦୁଇ ଓଠର ମଝିଦେଇ ପବନ ଭିତରକୁ ଟାଣିନେବାର ଈଷତ୍ ଚେଷ୍ଟା ଦ୍ୱାରା ଉତ୍ପନ୍ନ ହୁଏ; ଚୁଁ ଚୁଁ କରିବା ପ୍ରଥା ବଙ୍ଗଦେଶରେ ନାହିଁ) — A squeaking sound made by newly come daughters-in-law with the tongue and teeth, to draw the attention of the elderly females
- ଦେ. ବି. (ଧ୍ୱନ୍ୟନୁକରଣ) — [ଦ୍ର—ହିନ୍ଦୁ ସମାଜରେ ବଧୂ, ଶାଶୁ ଓ ଗୁରୁଜନମାନଙ୍କ ସଙ୍ଗେ ପାଟିକରି କଥା କହିବା ନିଷିଦ୍ଧ ଅଟେ। ଏଣୁ ଉତ୍କଳରେ ଚୁଁ ଚୁଁ ଧ୍ୱନି ଦ୍ୱାରା ଗୁରୁଜନମାନଙ୍କ ଦୃଷ୍ଟି ଆକର୍ଷଣ ପୂର୍ବକ ହାତର 'ଠାର' ଦ୍ୱାରା ବଧୂମାନେ ଗୁରୁଜନଙ୍କ ନିକଟରେ ନିଜର ମନୋଗତ ଭାବ ପ୍ରକାଶ କରନ୍ତି। ଅତି କୋମଳ ଓ ମଧୁର ଚୁଁ ଶବ୍ଦ ଉଚ୍ଚାରଣପୂର୍ବକ ହାତର ଠାର ଦ୍ୱାରା ବଧୂମାନଙ୍କର ଗୁରୁଜନଙ୍କ ଆଗେ ଭାବ ପ୍ରକାଶ କରିବା କ୍ରମଶଃ ଶିକ୍ଷିତ ସମାଜରୁ ଲୁପ୍ତ ହେଉଅଛି ଓ ଏତଦ୍ଦ୍ୱାରା ସ୍ତ୍ରୀମାନଙ୍କର ଗୋଟିଏ 'କଳା' ଲୁପ୍ତ ହେଉଅଛି।
- ଦେ. ବି. (ଧ୍ୱନ୍ୟନୁକରଣ) — ଚୁଚୁନ୍ଦୁରାର ଶବ୍ଦ — Squeaking of a mole