ଚିରିଗୁଣୀ Chiriguṇī

  • ଦେ. ବି. (ସଂ. ଚୀରକୁଣୀ—ନନ୍ଦେ; ସଂ ନାମ ପିଶାଚଦୀପିକା; ସଂ. ଅଚିର+ଅଗ୍ନି) — ଅନ୍ଧାର ଓ ମେଘୁଆ ରାତିରେ ନିର୍ଜନ ସ୍ଥାନ ଓ ଶ୍ମଶାନାଦିରେ ଯେଉଁ — [synonym(s):আলেয়া; আলায়াछलबा; अजयात्त]ଅସ୍ଥିର (କ୍ଷଣେ ଲିଭି କ୍ଷଣେ ଜଳି ଉଠିବା) ଆଲୋକ ଦେଖାଯାଏ— Ignis-fatuus; will-o'-the-wisp
  • ଦେ. ବି. (ସଂ. ଚୀରକୁଣୀ—ନନ୍ଦେ; ସଂ ନାମ ପିଶାଚଦୀପିକା; ସଂ. ଅଚିର+ଅଗ୍ନି) — [ଦ୍ର—ବର୍ଷାଦିନେ ଭୂଗର୍ଭରୁ ଏକପ୍ରକାର ବାଷ୍ପ ଉଠେ, ଏହା ବେଳେ ବେଳେ ଜଳି ଉଠେ ଓ ବେଳେ ବେଳେ ଲିଭିଯାଏ ଓ ଗତି କରେ, ଲୋକେ ଏହାକୁ ମୃତ ନବପ୍ରସୂତିର ପ୍ରେତ ବୋଲି ବିଶ୍ୱାସ କରନ୍ତି। ଅନ୍ଯ କେହି କେହି କହନ୍ତି ଯେ, ଉଲ୍କାମୁଖୀ ନାମକ ଏକ ବିଲୁଆ ପାଟି ମେଲା କଲେ ତା ପାଟିରୁ ଏ ଆଲୁଅ ବାହାରେ। କିନ୍ତୁ ବିଜ୍ଞାନ ମତରେ ଏହା ସଢ଼ା ସବାଦିରୁ ଜାତ ଭୂପୃଷ୍ଠରୁ ଉତ୍ଥିତ ଏକପ୍ରକାର ବାଷ୍ପ ଓ ଏହା ବାୟୁଦ୍ୱାରା ଇତସ୍ତତଃ ସଞ୍ଚାଳିତ ହୁଏ ଏବଂ ବାୟୁରେ ଥିବା ଅମ୍ଳଜାନ ବାଷ୍ପଦ୍ୱାରା ଏହା ଜଳି ଉଠେ। ସ୍ତ୍ରୀମାନଙ୍କର ବିଶ୍ୱାସ ଯେ ଅନ୍ତୁଡ଼ିନିଆଁ ନ ନିଭୁଣୁ ଯେଉଁ ପ୍ରସୂତି ମରିଯାଏ, ସେ ପ୍ରେତ ହୋଇ ଅନ୍ତୁଡ଼ି ଜଳାଉଥାଏ ଓ ସେହି ନିଆଁହିଁ ଚିରିଗୁଣୀ ଆଲୁଅ।]