ଚିତ୍ରଗୁପ୍ତ Chitragupta
- ସଂ. (ନାମ) (ଚିତ୍ର=ଲେଖନ+ଗୁପ୍ତ=ଯେ ରକ୍ଷା କରେ) — ଚତୁର୍ଦ୍ଦଶ ଯମଙ୍କ ମଧ୍ୟରୁ ଏକତମ — One of the 4 J̄amas of the Hindus; said to be the notary public or recorder of the acts of every human being
- ସଂ. (ନାମ) (ଚିତ୍ର=ଲେଖନ+ଗୁପ୍ତ=ଯେ ରକ୍ଷା କରେ) — ଯମଙ୍କ ପାଞ୍ଜିଆ — Record keeper of the Hindus God of death
- ସଂ. (ନାମ) (ଚିତ୍ର=ଲେଖନ+ଗୁପ୍ତ=ଯେ ରକ୍ଷା କରେ) — [ଦ୍ର—ଯମଙ୍କ ପାଞ୍ଜି ଏହାଙ୍କ ଜିମାରେ ଥାଏ। ପ୍ରତ୍ୟେକ ଜୀବିତ ମନୁଷ୍ୟର ପାପପୁଣ୍ୟର ତାଲିକା ଏ ଲେଖି ରଖୁଥାଆନ୍ତି ଓ ମନୁଷ୍ୟ ମଲା ପରେ ଯେତେବେଳେ ଯମଦୂତମାରେ ମନୁଷ୍ୟଙ୍କୁ ନେଇ ଯମଙ୍କ ପାଖରେ ଦଣ୍ଡ ବା ପୁରସ୍କାରର ଶେଷ ବିଚାର ନିମନ୍ତେ ହାଜର କରନ୍ତି ସେତେବେଳେ ଚିତ୍ରଗୁପ୍ତ ପାଞ୍ଜି ଫିଟାଇ ମନୁଷ୍ୟର ପାପ ପୁଣ୍ୟର ତାଲିକା ଯମରାଜାଙ୍କୁ ଜଣାନ୍ତି। ଭବିଷ୍ୟତ୍ପୁରାଣ ଓ ଗରୁଡ଼ପୁରାଣରେ ଲେଖାଅଛି ଯେ, ହାତରେ କଲମ ଦୁଆତ ଧରି ଏକ ବିଚିତ୍ରବର୍ଣ୍ଣ ପୁରୁଷ ବ୍ରହ୍ମାଙ୍କଠାରୁ ଜାତ ହେଲେ। ଭଟ୍ଟ, ନାଗର, ସେନକ, ଗୌଡ଼, ଶ୍ରୀବାସ୍ତବ, ମାଥୁର, ଅହିଷ୍ଟାନ, ଶୈକସେନ ଓ ଅମ୍ବଷ୍ଟ ନାମରେ ଏହାଙ୍କ 9 ପୁତ୍ର ହେଲେ। ଚିତ୍ରଗୁପ୍ତହିଁ କାୟସ୍ଥମାନଙ୍କ ଆଦିପୁରୁଷ ଅଟନ୍ତି—ହି. ଶବ୍ଦସାଗର।] — [ଦ୍ର—ଯମଙ୍କ ପାଞ୍ଜି ଏହାଙ୍କ ଜିମାରେ ଥାଏ ପ୍ରତ୍ୟେକ ଜୀବିତ ମନୁଷ୍ୟର ପାପପୁଣ୍ୟର ତାଲିକା ଏ ଲେଖି ରଖୁଥାଆନ୍ତି ଓ ମନୁଷ୍ୟ ମଲା ପରେ ଯେତେବେଳେ ଯମଦୂତମାରେ ମନୁଷ୍ୟଙ୍କୁ ନେଇ ଯମଙ୍କ ପାଖରେ ଦଣ୍ଡ ବା ପୁରସ୍କାରର ଶେଷ ବିଚାର ନିମନ୍ତେ ହାଜର କରନ୍ତି ସେତେବେଳେ ଚିତ୍ରଗୁପ୍ତ ପାଞ୍ଜି ଫିଟାଇ ମନୁଷ୍ୟର ପାପ ପୁଣ୍ୟର ତାଲିକା ଯମରାଜାଙ୍କୁ ଜଣାନ୍ତି ଭବିଷ୍ୟତ୍ପୁରାଣ ଓ ଗରୁଡ଼ପୁରାଣରେ ଲେଖାଅଛି ଯେ, ହାତରେ କଲମ ଦୁଆତ ଧରି ଏକ ବିଚିତ୍ରବର୍ଣ୍ଣ ପୁରୁଷ ବ୍ରହ୍ମାଙ୍କଠାରୁ ଜାତ ହେଲେ ଭଟ୍ଟ, ନାଗର, ସେନକ, ଗୌଡ଼, ଶ୍ରୀବାସ୍ତବ, ମାଥୁର, ଅହିଷ୍ଟାନ, ଶୈକସେନ ଓ ଅମ୍ବଷ୍ଟ ନାମରେ ଏହାଙ୍କ9ପୁତ୍ର ହେଲେ ଚିତ୍ରଗୁପ୍ତହିଁ କାୟସ୍ଥମାନଙ୍କ ଆଦିପୁରୁଷ ଅଟନ୍ତି—ହି. ଶବ୍ଦସାଗର]