ଚିତ୍ରକଳା Chitrakaḻā
- ବି. ସ୍ତ୍ରୀ — ଚିତ୍ର ଆଙ୍କିବା ବିଦ୍ୟା — The art of painting
- ବି. ସ୍ତ୍ରୀ — [ଦ୍ର—ଚିତ୍ରକଳା ଚୀନ, ମିଶର ଓ ଭାରତ ଆଦି ଦେଶରେ ବହୁ ପ୍ରାଚୀନ କାଳରେ ଥିଲା। ମିଶରର ଚିତ୍ରକଳାକୁ ଗ୍ରୀକ୍ମାନେ ଶିକ୍ଷାକରି ଚିତ୍ରବିଦ୍ୟାର ବହୁତ ଉନ୍ନତି କରିଥିଲେ। ବିଲାତରେ ବ୍ରିଟିଶ୍ ମିଉଜିୟମ୍ରେ 3000 ବର୍ଷ ପୂର୍ବର ମିଶରଦେଶର ଚିତ୍ର ଅଛି। ରାମାୟଣରେ ଚିତ୍ର, ଚିତ୍ରକର ଓ ଚିତ୍ରଶାଳାର ଉଲ୍ଲେଖ ଅଛି। ଅଜନ୍ତା ଗୁମ୍ଫାରେ ଯେଉଁ ଚିତ୍ରମାନ ଅଛି ତାହା ପାଶ୍ଚାତ୍ୟ ପଣ୍ଡିତମାନେ ଦେଖି ମୂଗ୍ଧ ହୋଇଅଛନ୍ତି। ଏ ଗୁମ୍ଫାର ଚିତ୍ରମାନ ଖ୍ରୀ. ପୂର୍ବ 200 ଠାରୁ ଖ୍ରୀଷ୍ଟାବ୍ଦ 800 ପର୍ଯ୍ୟନ୍ତ ଅଙ୍କିତ ହୋଇଥିବାର ଅନୁମିତ ହୁଏ। ପଞ୍ଜାବର ସିନ୍ଧୁପ୍ରଦେଶର ହରପ୍ପା ଓ ମହେଞ୍ଜଦାରୁ ଆଦି ସ୍ଥାନରେ ଭୁଗର୍ଭରୁ ଯେଉଁ ଚିତ୍ରମାନ ମିଳୁଅଛି ତାହା ଆଜକୁ 4।5 ହଜାର ବର୍ଷ ପୂର୍ବେ ଅଙ୍କିତ ହୋଇଥିବାର ପଣ୍ଡିତମାନେ ଅନୁମାନ କରନ୍ତି।] — [ଦ୍ର—ଚିତ୍ରକଳା ଚୀନ, ମିଶର ଓ ଭାରତ ଆଦି ଦେଶରେ ବହୁ ପ୍ରାଚୀନ କାଳରେ ଥିଲା ମିଶରର ଚିତ୍ରକଳାକୁ ଗ୍ରୀକ୍ମାନେ ଶିକ୍ଷାକରି ଚିତ୍ରବିଦ୍ୟାର ବହୁତ ଉନ୍ନତି କରିଥିଲେ ବିଲାତରେ ବ୍ରିଟିଶ୍ ମିଉଜିୟମ୍ରେ3000ବର୍ଷ ପୂର୍ବର ମିଶରଦେଶର ଚିତ୍ର ଅଛି ରାମାୟଣରେ ଚିତ୍ର, ଚିତ୍ରକର ଓ ଚିତ୍ରଶାଳାର ଉଲ୍ଲେଖ ଅଛି ଅଜନ୍ତା ଗୁମ୍ଫାରେ ଯେଉଁ ଚିତ୍ରମାନ ଅଛି ତାହା ପାଶ୍ଚାତ୍ୟ ପଣ୍ଡିତମାନେ ଦେଖି ମୂଗ୍ଧ ହୋଇଅଛନ୍ତି ଏ ଗୁମ୍ଫାର ଚିତ୍ରମାନ ଖ୍ରୀ. ପୂର୍ବ200ଠାରୁ ଖ୍ରୀଷ୍ଟାବ୍ଦ800ପର୍ଯ୍ୟନ୍ତ ଅଙ୍କିତ ହୋଇଥିବାର ଅନୁମିତ ହୁଏ ପଞ୍ଜାବର ସିନ୍ଧୁପ୍ରଦେଶର ହରପ୍ପା ଓ ମହେଞ୍ଜଦାରୁ ଆଦି ସ୍ଥାନରେ ଭୁଗର୍ଭରୁ ଯେଉଁ ଚିତ୍ରମାନ ମିଳୁଅଛି ତାହା ଆଜକୁ45ହଜାର ବର୍ଷ ପୂର୍ବେ ଅଙ୍କିତ ହୋଇଥିବାର ପଣ୍ଡିତମାନେ ଅନୁମାନ କରନ୍ତି]