ଚାଲୁକ୍ୟ Chālukya

  • ଦେ. ବି (ନାମ) — ଦାକ୍ଷିଣାତ୍ୟର ଏକ ପ୍ରାଚୀନ ପ୍ରସିଦ୍ଧ ପରାକ୍ରମୀ ରାଜବଂଶ — Name of a historic line of powerful kings of the Deccan
  • ଦେ. ବି (ନାମ) — [ଦ୍ର—ବିହ୍ଲଣଙ୍କ ବିକ୍ରମାଙ୍କଚରିତରେ ଲେଖା ଅଛି ଯେ ବ୍ରହ୍ମାଙ୍କ ଚୁଲ୍ଲୁକ (ଚଳୁ)ରୁ ଏ ବଂଶର ଆଦି ପୁରୁଷ ଜନ୍ମି ଥିବାରୁ ଏ ବଂଶର ଏହି ନାମ। କିନ୍ତୁ ତାମ୍ରପତ୍ର ଶାସନମାନଙ୍କରୁ ଦେଖାଯାଏ ଯେ ଏମାନେ ଚନ୍ଦ୍ରବଂଶୀୟ। ବିଷ୍ଣୁବର୍ଦ୍ଧନ, 1 ମ ପୁଲିକେଶୀ, କୀର୍ତ୍ତିବର୍ମା, ମଙ୍ଗଳୀଶ, ସତ୍ୟାଶ୍ରୟ ବା 2 ୟ ପୁଲିକେଶୀ, ଚନ୍ଦ୍ରାଦିତ୍ୟ, ଆଦିତ୍ୟ— ବର୍ମା, ବିକ୍ରମାଦିତ୍ୟ, ତ୍ରିଭୁବନମଲ୍ଲ, ତୈଳ ଆଦି ଏହି ବଂଶୀୟ ରାଜା ଥିଲେ। ବିଷ୍ଣୁବର୍ଦ୍ଧନ, ଗଙ୍ଗ ଓ କାଦମ୍ବବଂଶକୁ ପରାସ୍ତ କରି ଦକ୍ଷିଣରେ ରାଜତ୍ୱ ସ୍ଥାପନ କରିଥିଲେ। 2 ୟ ପୁଲିକେଶୀ ମାଲବା, ଗୁଜୁରାଟ, ମହାରାଷ୍ଟ୍ର, କୋଙ୍କଣ ଓ କାଞ୍ଚି ଆଦି ଜୟ କରି ଆପଣା ରାଜ୍ୟଭୁକ୍ତ କରିଥିଲେ। ଚୀନ ପରିବ୍ରାଜକ 2 ୟ ପୁଲକେଶୀଙ୍କ ବର୍ଣ୍ଣନା କରିଅଛନ୍ତି। ଏ ରାଜବଂଶରେ ବିକ୍ରମାଦିତ୍ୟ ଓ ତୈଳ ନାମଧାରୀ ଏକାଧିକ ରାଜା ଥିଲେ। ଏ ବଂଶ ଶକାବ୍ଦ 411 ଠାରୁ 1111 ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ। ମହୀଶୂରର ହୟଶାଳ ବଂଶର ରାଜାମାନେ ଏ ବଂଶର ରାଜାଙ୍କୁ ପରାସ୍ତ କରି ରାଜ୍ୟ ବିସ୍ତାର କରିଥିଲେ— ହି. ଶବ୍ଦସାଗର।] — [ଦ୍ର—ବିହ୍ଲଣଙ୍କ ବିକ୍ରମାଙ୍କଚରିତରେ ଲେଖା ଅଛି ଯେ ବ୍ରହ୍ମାଙ୍କ ଚୁଲ୍ଲୁକ (ଚଳୁ)ରୁ ଏ ବଂଶର ଆଦି ପୁରୁଷ ଜନ୍ମି ଥିବାରୁ ଏ ବଂଶର ଏହି ନାମ କିନ୍ତୁ ତାମ୍ରପତ୍ର ଶାସନମାନଙ୍କରୁ ଦେଖାଯାଏ ଯେ ଏମାନେ ଚନ୍ଦ୍ରବଂଶୀୟ ବିଷ୍ଣୁବର୍ଦ୍ଧନ,1ମ ପୁଲିକେଶୀ, କୀର୍ତ୍ତିବର୍ମା, ମଙ୍ଗଳୀଶ, ସତ୍ୟାଶ୍ରୟ ବା2ୟ ପୁଲିକେଶୀ, ଚନ୍ଦ୍ରାଦିତ୍ୟ, ଆଦିତ୍ୟ— ବର୍ମା, ବିକ୍ରମାଦିତ୍ୟ, ତ୍ରିଭୁବନମଲ୍ଲ, ତୈଳ ଆଦି ଏହି ବଂଶୀୟ ରାଜା ଥିଲେ ବିଷ୍ଣୁବର୍ଦ୍ଧନ, ଗଙ୍ଗ ଓ କାଦମ୍ବବଂଶକୁ ପରାସ୍ତ କରି ଦକ୍ଷିଣରେ ରାଜତ୍ୱ ସ୍ଥାପନ କରିଥିଲେ2ୟ ପୁଲିକେଶୀ ମାଲବା, ଗୁଜୁରାଟ, ମହାରାଷ୍ଟ୍ର, କୋଙ୍କଣ ଓ କାଞ୍ଚି ଆଦି ଜୟ କରି ଆପଣା ରାଜ୍ୟଭୁକ୍ତ କରିଥିଲେ ଚୀନ ପରିବ୍ରାଜକ2ୟ ପୁଲକେଶୀଙ୍କ ବର୍ଣ୍ଣନା କରିଅଛନ୍ତି ଏ ରାଜବଂଶରେ ବିକ୍ରମାଦିତ୍ୟ ଓ ତୈଳ ନାମଧାରୀ ଏକାଧିକ ରାଜା ଥିଲେ ଏ ବଂଶ ଶକାବ୍ଦ411ଠାରୁ1111ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ମହୀଶୂରର ହୟଶାଳ ବଂଶର ରାଜାମାନେ ଏ ବଂଶର ରାଜାଙ୍କୁ ପରାସ୍ତ କରି ରାଜ୍ୟ ବିସ୍ତାର କରିଥିଲେ— ହି. ଶବ୍ଦସାଗର]