ଚାରା Chārā
- ବୈଦେ. ବି (ଫା.ଚାର୍ହା=ଔଷଧ, ଉପାୟ, ସହାୟ) — ଶକ୍ତି; କ୍ଷମତା — Power
- ବୈଦେ. ବି (ଫା.ଚାର୍ହା=ଔଷଧ, ଉପାୟ, ସହାୟ) — ଏଥିରେ ତାର ଚାରା ନାହିଁ—ରାଧାନାଥ, ବିବେକୀ।
- ବୈଦେ. ବି (ଫା.ଚାର୍ହା=ଔଷଧ, ଉପାୟ, ସହାୟ) — ଉପାୟ — Means; expedient; alternative; help; resource; resort
- ବୈଦେ. ବି (ଫା.ଚାର୍ହା=ଔଷଧ, ଉପାୟ, ସହାୟ) — ଅପ୍ରକଟ ହୋଇ ରହିବାପାଇଁ କାହିଁ ତା ଚାରା—ରାଧାନାଥ, ଚନ୍ଦ୍ରଭାଗା।
- ବୈଦେ. ବି (ଫା.ଚାର୍ହା=ଔଷଧ, ଉପାୟ, ସହାୟ) — ପ୍ରତିବିଧାନ — Remedy; redress
- ବୈଦେ. ବି (ଫା.ଚାର୍ହା=ଔଷଧ, ଉପାୟ, ସହାୟ) — ସାହାଯ୍ୟ — Help
- ବୈଦେ. ବି (ଫା.ଚାର୍ହା=ଔଷଧ, ଉପାୟ, ସହାୟ) — [ଦ୍ର—ଏହି ଫାର୍ସୀ ଶବ୍ଦରୁ 'ବିଚାରା', 'ନାଚାର' ପ୍ରଭୃତି ଓଡ଼ିଆ ଶବ୍ଦର ଉତ୍ପତ୍ତି ହୋଇଅଛି।]
- ଦେ. ବି (ସଂ. ଚର୍ ଧାତୁ) — ଖାଦ୍ୟସାମଗ୍ରୀ; ଖାଦ୍ୟସମ୍ଭାର — Provisions; victuals
- ଦେ. ବି (ସଂ. ଚର୍ ଧାତୁ) — ବନିସିର ଥୋପ — Bait for fishes
- ଦେ. ବି (ସଂ. ଚର୍ ଧାତୁ) — ଚରେଇ; ବନିସି ପଡ଼ିବା ସ୍ଥାନକୁ ମାଛଙ୍କୁ ଲୋଭନୀୟ ଗନ୍ଧ ଦ୍ୱାରା ପ୍ରଲୋଭିତ କରି ଅଣାଇବା ନିମନ୍ତେ ପାଣିରେ ପକାଯିବା ମଇଦା ବା ମସଲାର ଗୁଳା — Small balls prepared of various powders strewn on water to attract fishes to a place where an angler wishes to angle
- ଦେ. ବି (ସଂ. ଚର୍ ଧାତୁ) — [ଦ୍ର—ଭଜା ମେଥି, ମଥା ଘସା ଆଦି ଚୂର୍ଣ୍ଣକରି ସାନ ସାନ ଗୋଟାଳି ବାନ୍ଧି ବା ଅଟାର ଗୋଟିକା ପ୍ରସ୍ତୁତ କରି ପାଣିରେ ପକାଇଲେ ମାଛମାନେ ଲୋଭରେ ପଡ଼ି ତାହା ପଡ଼ିଥିବା ସ୍ଥାନକୁ ଆସନ୍ତି।]
- ଦେ. ବି (ସଂ. ଚର୍ ଧାତୁ) — ମଞ୍ଜିରୁ ବାହାରିବା ଛୋଟ ଗଜା; ତଳି — Seedling