ଚାପ Chāpa
- ସଂ. ବି. (ଚପ୍ ଧାତୁ=ନିକ୍ଷେପ କରିବା, ପେଷଣ କରିବା+କର୍ତ୍ତୃ. ଅ) — କୋଦଣ୍ଡ; ଧନୁ — Bow
- ସଂ. ବି. (ଚପ୍ ଧାତୁ=ନିକ୍ଷେପ କରିବା, ପେଷଣ କରିବା+କର୍ତ୍ତୃ. ଅ) — ବୃତ୍ତଖଣ୍ଡ; ବୃତ୍ତର କୌଣସି ଅଂଶ — Arc of a circle
- ଦେ. ବି — ଓଜନ; ଭାର — Weight; burden
- ଦେ. ବି — ପୀଡ଼ନ; ଦାବିବା — Pressure
- ଦେ. ବି — ଚାପସରି; କଣ୍ଠର ଅଳଙ୍କାର ବିଶେଷ; ଚିକ୍ — A collar (ornament) for the neck
- ଦେ. ବି — ରାଜା ବା ଦେବତାମାନଙ୍କର ଯାତ୍ରା ଲପଲକ୍ଷେ ସଜ୍ଜିତ ନୌକା — A pleasure-boat fitted up for special occasions
- ଦେ. ବି — କରୀନ୍ଦ୍ର ଦନ୍ତ ପଲଙ୍କ ତେଜି ପ୍ରଭୁ ନରେନ୍ଦ୍ର ଚାପେ ଗମନ। ମଦନମୋହନ, ଚନ୍ଦନଯାତ୍ରା ସଙ୍ଗୀତ।
- ଦେ. ବି — ଗାଡ଼ି ପ୍ରଭୃତି ପାର କରାଇବା ପାଇଁ ଯେଉଁ ବଡ଼ ନୌକାର ଉପରେ ପ୍ରଶସ୍ତ କାଠ ପଟାମାନ ଆଚ୍ଛାଦିତ ହୋଇଥାଏ — A big boat overspread with wooden planks and used in ferrying over carts and carriages
- ପ୍ରାଦେ. (ସମ୍ବଲପୁର ଓ ଗଡ଼ଜାତି) ବି — ଦୁଇଟି ନୌକା ଏକତ୍ର ଯୋଡ଼ା ହୋଇ ତା ଉପରେ ପଟା ପଡ଼ି ଅପେକ୍ଷାକୃତ ପ୍ରଶସ୍ତ କରାଯାଇଥିବା ନୌକା — Two boats joined and planked together so as to make the deck more spacious