ଚାତୁର୍ମାସ୍ୟ Chāturmāsya
- ସଂ. ବି. ପୁଂ. (ଚତୁର୍ମାସ+ଯ) — ଆଷାଢ଼ ଶୁକ୍ଳ ଦ୍ୱାଦଶୀ ବା ପୂର୍ଣ୍ଣିମାଠାରୁ କାର୍ତ୍ତିକ ଶୁକ୍ଳଦ୍ୱାଦଶୀ ବା ପୂର୍ଣ୍ଣିମା ପର୍ଯ୍ୟନ୍ତ 4 ମାସ କାଳ ପାଳନ କରାଯିବା ବ୍ରତବିଶେଷ — ଆଷାଢ଼ ଶୁକ୍ଳ ଦ୍ୱାଦଶୀ ବା ପୂର୍ଣ୍ଣିମାଠାରୁ କାର୍ତ୍ତିକ ଶୁକ୍ଳଦ୍ୱାଦଶୀ ବା ପୂର୍ଣ୍ଣିମା ପର୍ଯ୍ୟନ୍ତ4ମାସ କାଳ ପାଳନ କରାଯିବା ବ୍ରତବିଶେଷ— . A vow observed during the 4 rainy months (viz. Ṡrābaṇa, Bhādraba, Āṡwina and Kārttika)
- ସଂ. ବି. ପୁଂ. (ଚତୁର୍ମାସ+ଯ) — [ଦ୍ର—ବରାହପୁରାଣ ଓ ମତ୍ସ୍ୟପୁରାଣରେ ଏ ବ୍ରତର ବିଧି ବର୍ଣ୍ଣିତ ହୋଇଅଛି। ଏହା ବିଷ୍ଣୁପୂଜନ ବ୍ରତ ଅଟେ ଓ ଏହା ଗୃହସ୍ଥ— ମାନେ ପାଳନ କଲେ ମଧୁରସ୍ୱର, ଯୋଗସିଦ୍ଧି ଓ ସନ୍ତାନବୃଦ୍ଧି ହୁଏ। ଏଥିରେ ଗୁ଼ଡ଼, ମଦ୍ୟ, ଧାତୁପାତ୍ରରେ ପକ୍ୱ ଅନ୍ନ ଖାଇବା ନିଷିଦ୍ଧ ଓ 'ଓ ନମୋନାରାୟଣାୟ' ମନ୍ତ୍ର ଜପ କରିବା ବିଧେୟ। ଏ ବ୍ରତ ଯତିମାନେ ମଧ୍ୟ କରିବାର ବିଧି ଅଛି। ବ୍ରତପାଳନକାଳରେ ଯତିମାନଙ୍କର ଏକ ସ୍ଥାନରେ ଏ ଚାରି ମାସ ବାସ କରିବା ବିଧେୟ। ବୌଦ୍ଧଭିକ୍ଷୁ (ଯତି) ମାନେ ଏ ନିୟମ ପାଳନ କରନ୍ତି— ହି. ଶବ୍ଦସାଗର।]
- ସଂ. ବି. ପୁଂ. (ଚତୁର୍ମାସ+ଯ) — ଫାଲ୍ଗୁନ, ଚୈତ୍ର ବା ବୈଶାଖ ପୂର୍ଣ୍ଣମୀଠାରୁ ଆରମ୍ଭ କରାଯାଇ 4 ମାସ କାଳ ଅନୁଷ୍ଠିତ ହେବା ଯଜ୍ଞବିଶେଷ (ଏହି ଯଜ୍ଞର 4 ଟି ପର୍ବ—ବୈଶ୍ୱଦେବ, ବରୁଣବାସ, ଶାକମେଧ ଓ ସୁନାଶୀରୀୟ—ହି. ଶବ୍ଦସାଗର) — ଫାଲ୍ଗୁନ, ଚୈତ୍ର ବା ବୈଶାଖ ପୂର୍ଣ୍ଣମୀଠାରୁ ଆରମ୍ଭ କରାଯାଇ4ମାସ କାଳ ଅନୁଷ୍ଠିତ ହେବା ଯଜ୍ଞବିଶେଷ (ଏହି ଯଜ୍ଞର4ଟି ପର୍ବ—ବୈଶ୍ୱଦେବ, ବରୁଣବାସ, ଶାକମେଧ ଓ ସୁନାଶୀରୀୟ—ହି. ଶବ୍ଦସାଗର)— . A vedic sacrifice performed in the course of 4 months
- ସଂ. ବିଣ — ଚାରି ମାସରେ ସମ୍ପାଦନୀୟ — Performable in 4 months
- ସଂ. ବିଣ — ସବୁ ନଦୀ ମିଶିବା ସ୍ଥାନ ବୋଲି ଗଲେ ତହିଁ ରହିଣ ଚାତୁର୍ମାସ୍ୟ ଯାଗ କଲେ। କୃଷ୍ଣସିଂହ, ମହାଭାରତ, ବନ।