ଚାତକ Chātaka

  • ସଂ. ବି. ପୁଂ. (ଚତ୍ ଧାତୁ=ମାଗିବା+କର୍ତ୍ତୃ. ଅକ; ଯେ ଚିତ୍କାର କରି ମେଘକୁ ଜଳ ମାଗେ) — ସ୍ୱନାମଖ୍ୟାତ କୃଷ୍ଣବର୍ଣ୍ଣ ପକ୍ଷୀବିଶେଷ — Pied-crested cuckoo; Coccyster, genus Coculus
  • ସଂ. ବି. ପୁଂ. (ଚତ୍ ଧାତୁ=ମାଗିବା+କର୍ତ୍ତୃ. ଅକ; ଯେ ଚିତ୍କାର କରି ମେଘକୁ ଜଳ ମାଗେ) — [ଦ୍ର—ଏହାର ଥଣ୍ଟ ଖୁବ୍ ଛୋଟ। ପୁଚ୍ଛ କୋଡ଼ି ପରି ଏବଂ ଗୋଡ଼ ଛୋଟିଆ; ଡେଣାର ଶେଷ ପର ଦୁଇଟି ସନ୍ୟାସୀଙ୍କ ଚୁମୁଟା ପରି ଦୁଇ ପାଖକୁ ବାହାରିଥାଏ। ପକ୍ଷର ବର୍ଣ୍ଣ କଳା, ବାଇଗଣୀ ଓ ଧୂସର। ଛାତି ଓ ପେଟ ରକ୍ତାଭ ଶୁକ୍ଳ—ଜ୍ଞାନେନ୍ଦ୍ର। ଚାତକ କୋକିଳ ପରି ପରଭୃତ୍ ଅର୍ଥାତ୍ ଅନ୍ଯ ଚଢ଼େଇ ଏହାର ଡିମ୍ବକୁ ଫୁଟାଏ—ଯୋଗେଶଚନ୍ଦ୍ର।
  • ସଂ. ବି. ପୁଂ. (ଚତ୍ ଧାତୁ=ମାଗିବା+କର୍ତ୍ତୃ. ଅକ; ଯେ ଚିତ୍କାର କରି ମେଘକୁ ଜଳ ମାଗେ) — କିନ୍ତୁ ବର୍ଷାଦିନେ ମେଘ ଉଠାଇଲାବେଳେ ଯେଉଁ ଛୋଟ ଚଢ଼େଇମାନେ ଦୀର୍ଘ ଚେଁ ଚେଁ ଶବ୍ଦ କରି ଆକାଶରେ ଅତିଶୀଘ୍ର ଚକ୍ରାକାର ଗତିରେ ବୁଲନ୍ତି ଓ ଯେ ଉଡିଲାବେଳେ ଗୁଆକାତି ଆକାର ଦେଖାଯାଆନ୍ତି ସେମାନେ କୋକିଳଜାତୀୟ ନୁହନ୍ତି। ସେମାନେ ଘରଚଟିଆ ପରି ଘରର ଚାଳ ଓ କାନ୍ଥ ସନ୍ଧିରେ, କୋଠାର କଡ଼ିସନ୍ଧିରେ କୋମଳ ପର ଓ କାଠିକୁଟାର ବସା ନିର୍ମାଣ କରି ଜ୍ୟେଷ୍ଠ ମାସରେ ଡିମ୍ବ ଦିଅନ୍ତି ଓ ଆପଣାଡିମ୍ବକୁ ଆପେ ଫୁଟାଇ ଛୁଆଙ୍କୁ ପାଳନ୍ତି। ଏମାନେ ଲମ୍ବରେ 8।10 ଆଙ୍ଗୁଳ ବଢ଼ନ୍ତି। ୱେବ୍ଷ୍ଟାର୍ ଇଂରାଜି ଅଭିଧାନରେ ସ୍ୱିଫଟ — କିନ୍ତୁ ବର୍ଷାଦିନେ ମେଘ ଉଠାଇଲାବେଳେ ଯେଉଁ ଛୋଟ ଚଢ଼େଇମାନେ ଦୀର୍ଘ ଚେଁ ଚେଁ ଶବ୍ଦ କରି ଆକାଶରେ ଅତିଶୀଘ୍ର ଚକ୍ରାକାର ଗତିରେ ବୁଲନ୍ତି ଓ ଯେ ଉଡିଲାବେଳେ ଗୁଆକାତି ଆକାର ଦେଖାଯାଆନ୍ତି ସେମାନେ କୋକିଳଜାତୀୟ ନୁହନ୍ତି ସେମାନେ ଘରଚଟିଆ ପରି ଘରର ଚାଳ ଓ କାନ୍ଥ ସନ୍ଧିରେ, କୋଠାର କଡ଼ିସନ୍ଧିରେ କୋମଳ ପର ଓ କାଠିକୁଟାର ବସା ନିର୍ମାଣ କରି ଜ୍ୟେଷ୍ଠ ମାସରେ ଡିମ୍ବ ଦିଅନ୍ତି ଓ ଆପଣାଡିମ୍ବକୁ ଆପେ ଫୁଟାଇ ଛୁଆଙ୍କୁ ପାଳନ୍ତି ଏମାନେ ଲମ୍ବରେ810ଆଙ୍ଗୁଳ ବଢ଼ନ୍ତି ୱେବ୍ଷ୍ଟାର୍ ଇଂରାଜି ଅଭିଧାନରେ ସ୍ୱିଫଟ(Swift)ପକ୍ଷୀର ବସିବାର ଓ ଉଡ଼ିବାର ଯେଉଁ ଚିତ୍ର ଦିଆଯାଇଛି, ଏ ପକ୍ଷୀର ରୂପ ସେହିପରି ଏ ପକ୍ଷୀ କୋଠା ଛାତ ତଳେ ବସା କରିବାର ଓ ଖୁବ ଦ୍ରୁତବେଗରେ ଉଡ଼ିବାର ଓ ଚେଁ ଚେଁ ଶବ୍ଦ କରିବାର ଯାହା ଲେଖା ଅଛି, ତାହା ଏ ପକ୍ଷୀ ପ୍ରତି ପ୍ରଯୁଜ୍ୟ ଅଟେ ପ୍ରବାଦ ଅଛି, ଚାତକ ବୃଷ୍ଟି ଜଳ ଭିନ୍ନ ଅନ୍ଯ ଜଳ କେବେହଁ ପାନ କରେ ନାହିଁ ଏ ବୃଷ୍ଟି ଜଳ ଆଶାରେ ମେଘକୁ ବିକଳକଣ୍ଠରେ ପ୍ରାର୍ଥନା କରେ, ଅଥଚ କେବେ ହେଲେ ଭୂପୃଷ୍ଠର ଜଳ ପିଏ ନାହିଁ
  • ସଂ. ବି. ପୁଂ. (ଚତ୍ ଧାତୁ=ମାଗିବା+କର୍ତ୍ତୃ. ଅକ; ଯେ ଚିତ୍କାର କରି ମେଘକୁ ଜଳ ମାଗେ) — ପୁରାଣ ମତରେ ବୃଦ୍ଧଶ୍ରବା ଗନ୍ଧର୍ବକୁ ଇନ୍ଦ୍ର ଅଭିଶାପ ଦେବାରୁ ସେ ଚାତକ ପକ୍ଷୀର ରୂପ ଧାରଣା କଲା। ତେଣୁ ସେ 'କଷ୍ଟ ଫେଡ଼' 'କଷ୍ଟ ଫେଡ଼' ବୋଲି ଇନ୍ଦ୍ରକୁ ପ୍ରାର୍ଥନା କରୁଥାଏ। କବି ଲେଖି— ଅଛନ୍ତି:
  • ସଂ. ବି. ପୁଂ. (ଚତ୍ ଧାତୁ=ମାଗିବା+କର୍ତ୍ତୃ. ଅକ; ଯେ ଚିତ୍କାର କରି ମେଘକୁ ଜଳ ମାଗେ) — ବୃଦ୍ଧଶ୍ରବା ଗନ୍ଧର୍ବ ଯେ କଷ୍ଟରେ ରୋଦଇ କଷ୍ଟ ଫେଡ଼ କଷ୍ଟ ଫେଡ଼ ଇନ୍ଦ୍ରକୁ ଡାକଇ—ସାରଳା, ମହାଭାରତ, ମଧ୍ୟ।]
  • ସଂ. ବି. ପୁଂ. (ଚତ୍ ଧାତୁ=ମାଗିବା+କର୍ତ୍ତୃ. ଅକ; ଯେ ଚିତ୍କାର କରି ମେଘକୁ ଜଳ ମାଗେ) — ଘରଚଟିଆଜାତୀୟ କ୍ଷୁଦ୍ର, ପକ୍ଷୀବିଶେଷ — The common Indian Swift; Cypselus Affinis