ଚାକୁଣ୍ଡା Chākuṇḍā
- ଦେ. ବି. (ସଂ. ଚକ୍ରମର୍ଦ୍ଦ) — କାଞ୍ଚନାଦି ବର୍ଗର ବନ୍ୟ କ୍ଷୁପ ବିଶେଷ; ଯାଦୁଖାଇ ଗଛ — Cassia Tora
- ଦେ. ବି. (ସଂ. ଚକ୍ରମର୍ଦ୍ଦ) — [ଦ୍ର—ଏହାର ଫୁଲ ପେନ୍ଥା ପେନ୍ଥା ହୋଇ ଫୁଟେ, ଫୁଲର ବର୍ଣ୍ଣ ହଳଦିଆ, ମଞ୍ଜି ଚକ୍ରାକାର ଯାଦୁ ମାରିବାରେ ବ୍ଯବହୃତ ହୁଏ। ବୈଦ୍ୟକ ଅନୁସାରେ ଏହା ପିତ୍ତ, ବାୟୁ, କଫ, ଶ୍ୱାସ, ଦଦ୍ରୁ ଓ କୃମିନାଶକ।]
- ଦେ. ବି. (ସଂ. ଚକ୍ରମର୍ଦ୍ଦ) — କାଶମର୍ଦ୍ଦ (ଦେଖ) — Kāṡamardda (See)
- ଦେ. ବି. (ସଂ. ଚକ୍ରମର୍ଦ୍ଦ) — ବିଲାତି ଚାକୁଣ୍ଡା — Delbergia Lanceolaria
- ଦେ. ବି. (ସଂ. ଚକ୍ରମର୍ଦ୍ଦ) — [ଦ୍ର—ଏହା ନଈ ବା ଝରଣା କୂଳରେ ବା ପାହାଡ଼ରେ ଜନ୍ମେ। ଏ ଗଛ ଅଳ୍ପକାଳ ମଧ୍ୟରେ ମହାଦ୍ରୁମ ଆକାର ଧାରଣ କରେ। ଏହାର ପତ୍ର ଚାକୁଣ୍ଡା ଗଛର ପତ୍ର ପରି। ଏହାର ଫୁଲ ନାଲି ଏବଂ କେଶରଯୁକ୍ତ। କାଠ ଧଳା ମାତ୍ର ମଞ୍ଜ କଳା। ଏ କାଠ କଞ୍ଚା ବେଳେ ମଧ୍ୟ ଜଳେ।]
- ଦେ. ବିଣ. — ଦାରା, ସୁତ, ଧନ ଆଦି ସାଂସାରିକ ବିଷୟରେ ଏକାନ୍ତ ଆସକ୍ତ — Tied down or addicted to worldly affairs
- ଦେ. ବିଣ. — ଦାରା ତନୟ ଧନରେ ଯେ ହୁଅନ୍ତି ମୋହି, ଚାକୁଣ୍ଡା ବୋଲି ତାହାଙ୍କୁ ସଂସାରରେ କହି। ପୀତାମ୍ବର, ନୃସିଂହପୁରାଣ।