ଚଷାପକ୍ଷୀ Chashāpakshī

  • ଦେ. ବି (ସଂ. ନାମ ଚାଷପକ୍ଷୀ) — ଭରଦ୍ୱାଜ; ଭରତିଆପକ୍ଷୀ; ଭଦଭଦଳିଆ ପକ୍ଷୀ; ସ୍ୱର୍ଣ୍ଣଚାତକ; ଚଷାପୁଅ — The lark; the jay; the Indian roller; Coracias Indica
  • ଦେ. ବି (ସଂ. ନାମ ଚାଷପକ୍ଷୀ) — [ଦ୍ର—ଏହା ଶାଖାଶ୍ରୟୀ ବର୍ଗର ଦେଢ଼ ଚାଖଣ୍ଡ ଲମ୍ବ ପକ୍ଷୀ। ସଂ. ନାମ ଚାଷ ପକ୍ଷୀ, ଭରଦ୍ୱାଜ। ଏହାର ପକ୍ଷ ନୀଳ ବର୍ଣ୍ଣ, କଣ୍ଠ ନୀଳରକ୍ତ, ଥଣ୍ଟ କୁଆ ପରି କିନ୍ତୁ ଚେପଟା। ଏହା ଶସ୍ୟ ଓ ପୋକ ଜୋକ ଖାଏ। ବଂ. ରେ ଏହାକୁ ନୀଳକଣ୍ଠ କହନ୍ତି। କିନ୍ତୁ ସଂ. ନୀଳକଣ୍ଠର ଅର୍ଥ ନୀଳ ମୟୂର, ଡାହୁକ ଓ ଖଞ୍ଜନ—ଯୋଗେଶ୍ଚନ୍ଦ୍ର। ଏହା ଭୂମିରେ ଘାସ ମଧ୍ୟରେ ବସା ବାନ୍ଧେ, ଖୁବ୍ ଉଚ୍ଚକୁ ଉଡ଼ି ପାରେ, ଏହାର ସ୍ୱର ମଧୁର। ହି. ଶବ୍ଦସାଗର।]