ଚଳନ୍ତି ପ୍ରତିମା Chaḻanti pratimā
- ଦେ. ବି (ସଂ. ଚଳତ୍ ଓ ପ୍ରତିମା) — ବିଜେ ପ୍ରତିମା; ପ୍ରତିନିଧିରୂପେ ସ୍ଥାପିତ ଦେବମୂର୍ତ୍ତି — Removable images of irremovable idols (Which are taken out to different places.)
- ଦେ. ବି (ସଂ. ଚଳତ୍ ଓ ପ୍ରତିମା) — [ଦ୍ର—ଯେଉଁ ଦେବମୂର୍ତ୍ତିମାନ ଅଚଳ ଅର୍ଥାତ୍ ସ୍ଥାନାନ୍ତରିତ ହେବା ଅସମ୍ଭବ (ଯଥା—ଶିବଲିଙ୍ଗ, ବଡ଼ ବଡ଼ ପାଷାଣବିଗ୍ରହ) ଦେବାଳୟମାନଙ୍କରେ ସେହି ମୂର୍ତ୍ତିମାନଙ୍କର ପ୍ରତିନିଧିରୂପେ କ୍ଷୁଦ୍ରତର ଅବୟବବିଶିଷ୍ଟ ଓ ସ୍ଥାନାନ୍ତରକୁ ଚାଳିତ ହେବା ଯୋଗ୍ୟ ମୂର୍ତ୍ତିମାନ ରଖାଯାଇ ପୂଜା କରାଯାଉଥାଆନ୍ତି। ଯାନିଯାତ୍ରା ସମୟରେ ପ୍ରକୃତ ଦେବବିଗ୍ରହମାନଙ୍କୁ ବିମାନଦିରେ ଉତ୍ସବସ୍ଥଳକୁ ନିଆଯାଏ।]
- ଦେ. ବି (ସଂ. ଚଳତ୍ ଓ ପ୍ରତିମା) — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତିଙ୍କର ପ୍ରତିନିଧି — (figurative) A representative of a person
- ଦେ. ବି (ସଂ. ଚଳତ୍ ଓ ପ୍ରତିମା) — (ଯଥା—ମେନେଜର ବାବୁ ରାଜା ସାହେବଙ୍କର ଚଳନ୍ତି ପ୍ରତିମା।)