ଚର୍ମକାର Charmakāra

  • ସଂ. ବି (ଚର୍ମ+କୃ+କର୍ତ୍ତୃ. ଅ) — ମୋଚୀ — Shoe-maker; tanner; cobbler
  • ସଂ. ବି (ଚର୍ମ+କୃ+କର୍ତ୍ତୃ. ଅ) — ନୀଚ ଅସ୍ପୃଶ୍ୟ ହିନ୍ଦୁଜାତିବିଶେଷ; ତୀବର ସ୍ୱାମୀ ଔରସରେ ଚଣ୍ଡାଳୀ ସ୍ତ୍ରୀ ଗର୍ଭଜାତ — A low untouchable caste amongst Hindus
  • ସଂ. ବି (ଚର୍ମ+କୃ+କର୍ତ୍ତୃ. ଅ) — [ଦ୍ର—ଏହି ଶବ୍ଦରୁ ଓଡ଼ିଆ 'ଚମାର' ଶବ୍ଦ ହୋଇଅଛି। କିନ୍ତୁ ଆମ ଦେଶରେ 'ଚମାର' ମାନେ 'ଚମ' କାମ କରନ୍ତି ନାହିଁ। ଚମାରମାନେ ତାଳଗଛ କାଟନ୍ତି, ତାଳପତ୍ରର ଜିନିଷ ବିକନ୍ତି ଓ ତାଳପତ୍ରର ତାଟି ତିଆରି କରନ୍ତି। ଆମ ଦେଶରେ 'ମୋଚୀ' ଜାତି 'ଚମ' କାମ କରନ୍ତି ଓ ଏମାନେ ଚମାରଙ୍କଠାରୁ ସ୍ୱତନ୍ତ୍ର ଏଥିରୁ ଜଣାଯାଏ ଯେ ପୂର୍ବେ ଚମାରମାନେ ଚମଡ଼ା କାମ କରୁଥିଲେ। ପରେ ମୋଚି ଓ ଚମାର ସ୍ୱତନ୍ତ୍ର ଜାତି ହେଲେ।]