ଚନ୍ଦ୍ରବଂଶ Chandrabaṁṡa
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ବଂଶ) — ଚନ୍ଦ୍ରଙ୍କଠାରୁ ଉତ୍ପନ୍ନ ଭାରତର ପୁରାତନ ରାଜବଂଶବିଶେଷ; ଯଦୁ ଓ ପୁରୁ ରାଜାଙ୍କ ବଂଶ — Name of an ancient family of kings of ancient India; the Lunar royal race of India
- ସଂ. ବି. ( 6 ଷ୍ଠୀ ତତ୍; ଚନ୍ଦ୍ର+ବଂଶ) — [ଦ୍ର—ପୁରାଣ ଅନୁସାରେ ଚନ୍ଦ୍ର ବା ସୋମ ଅତ୍ରି ମୁନିଙ୍କ ପୁତ୍ର; ଚନ୍ଦ୍ରଙ୍କ ପୁତ୍ର ବୁଧ; ସୂର୍ଯ୍ୟବଂଶୀୟ ରାଜାଙ୍କ କନ୍ଯା ଇଳାଙ୍କୁ ବୁଧ ବିବାହ କଲେ ଏବଂ ଇଳାଙ୍କ ଗର୍ଭରୁ ଐଳ ବା ପୁରୁରବା ନାମକ ପୁତ୍ର ଜନ୍ମିଲେ। ପୁରୁରବାଙ୍କ ଔସରରେ ଊର୍ବଶୀଙ୍କ ଗର୍ଭରୁ ଆୟୁଃ ନାମକ ପୁତ୍ର ଜନ୍ମିଲେ। ଆୟୁଙ୍କ ପୁତ୍ର ନହୁଷ; ନହୁଷଙ୍କ ପୁତ୍ର ଯଯାତି। ଯଯାତିଙ୍କର ଦୁଇ ପୁତ୍ର ପୁରୁ ଓ ଯଦୁ; ଏ ଦୁହିଙ୍କଠାରୁ ଚନ୍ଦ୍ରବଂଶର ଦୁଇଟି ଶାଖା ହେଲା। ଯଦୁବଂଶରେ କୃଷ୍ଣ, ବଳରାମ ଆଦି ଜନ୍ମିଥିଲେ। ପୁରୁବଂଶରେ ଦୁଷ୍ୟନ୍ତ ଜନ୍ମିଥିଲେ। ଦୁଷ୍ୟନ୍ତଙ୍କ ପୁତ୍ର ଭରତ। ଭରତଙ୍କ ନବମ ବଂଶଧର କୁରୁ ଏବଂ ଚତୁର୍ଦ୍ଦଶ ବଂଶଧର ଶାନ୍ତନୁ। ଶାନ୍ତନୁଙ୍କ ବିବାହିତା ଭାର୍ଯ୍ୟାଗର୍ଭଜାତ ପୁତ୍ର ଭୀଷ୍ମ, ଚିତ୍ରାଙ୍ଗଦ, ବିଚିତ୍ର— ବୀର୍ଯ୍ୟ ଓ ଦାସୀ ସତ୍ୟବତୀଙ୍କ କାନୀନ ପୁତ୍ର ବ୍ୟାସ। ଭୀଷ୍ମ ଚିରକୁମାର ଥିଲେ। ଚିତ୍ରାଙ୍ଗଦ ଓ ବିଚିତ୍ରବୀର୍ଯ୍ୟ ଅପୁତ୍ରକ ହୋଇ ମରିବାରୁ ନିଯୋଗ ବିଧିଦ୍ୱାରା ସେମାନଙ୍କ ବିଧବା ସ୍ତ୍ରୀଙ୍କ ଗର୍ଭରେ ବ୍ୟାସଦେବ ଧୃତରାଷ୍ଟ୍ର ଓ ପାଣ୍ଡୁଙ୍କୁ ଉତ୍ପାଦିତ କଲେ। ଧୃତରାଷ୍ଟ୍ର ଜ୍ୟେଷ୍ଠ କିନ୍ତୁ ଜନ୍ମାନ୍ଧ ଥିବାରୁ ପାଣ୍ଡୁ ରାଜ୍ୟ ପାଇଲେ। ପାଣ୍ଡୁଙ୍କ ଅନ୍ତେ ପାଣ୍ଡୁଙ୍କର ପାଞ୍ଚପୁତ୍ର ରାଜ୍ୟରେ ବସିବାରୁ ଧୃତରାଷ୍ଟ୍ରଙ୍କର ଦୁର୍ଯ୍ୟୋଧନାଦି ଶତ ପୁତ୍ର ରାଜ୍ୟ ଦାବି କଲେ ଓ ମହାଭାରତ ଯୁଦ୍ଧର ସୂତ୍ରପାତ ହେଲା। ଚନ୍ଦ୍ରବଂଶ ପରି ସୂର୍ଯ୍ୟବଂଶ ଭାରତର ଆଉ ଗୋଟିଏ ପ୍ରାଚୀନ ରାଜବଂଶ। ରାମଚନ୍ଦ୍ର ସୂର୍ଯ୍ୟବଂଶୀୟ।]