ଚତୁର୍ଭଦ୍ର Chaturbhadra
- ସଂ. ବି. (ଦ୍ୱିଗୁ; ଚତୁର୍+ଭଦ୍ର=ମଙ୍ଗଳକର ବସ୍ତୁ) — ଚତୁର୍ବର୍ଗ (ଦେଖ) — Chaturbarga (See)
- ସଂ. ବି. (ଦ୍ୱିଗୁ; ଚତୁର୍+ଭଦ୍ର=ମଙ୍ଗଳକର ବସ୍ତୁ) — ନାଗରମୁଥା; (ମତାନ୍ତର ପୁଷ୍କର ମୂଳ) ପିପ୍ପଳୀ; ଅତୁସୀ (ମତାନ୍ତରେ ଜାଇଫଳ) ଓ କଙ୍କଡ଼ାଶୃଙ୍ଗୀକୁ ଚୂରି କରି ପ୍ରସ୍ତୁତ କରାଯିବା ଅବଲେହ (ଏହା ଶ୍ୱାସ, କାସ, ଅତିସାର ଓ ଜ୍ୱରରେ ଉପକାରୀ) — A medicinal paste consisting of 4 particular ingredients and taken as an antidote for cough, dysentery and fever