ଚତୁର୍ଦ୍ଦଶୀ Chaturdaṡī
- ସଂ. ବି. ସ୍ତ୍ରୀ (ଚତୁର୍ଦ୍ଦଶ+ଈ) — ଅମାବାସ୍ୟା ଓ ପୂର୍ଣ୍ଣିମାର ପୂର୍ବ ଦିବସ — The 14th day of the dark and bright fortnight of the lunar month
- ସଂ. ବି. ସ୍ତ୍ରୀ (ଚତୁର୍ଦ୍ଦଶ+ଈ) — [ଦ୍ର—ଏ ଦିନ ଶିବପୂଜା, ରାତ୍ରିରେ ଉପବାସ ଓ ମହାଦେବଙ୍କ ବେଢ଼ା ପରିକ୍ରମା କରାଯାଏ। ଚତୁର୍ଦ୍ଦଶୀମାନଙ୍କ ମଧ୍ୟରେ ନିମ୍ନଲିଖିତ 15 ଟିରେ ହିନ୍ଦୁମାନଙ୍କ ପର୍ବ ହୁଏ।] — [ଦ୍ର—ଏ ଦିନ ଶିବପୂଜା, ରାତ୍ରିରେ ଉପବାସ ଓ ମହାଦେବଙ୍କ ବେଢ଼ା ପରିକ୍ରମା କରାଯାଏ ଚତୁର୍ଦ୍ଦଶୀମାନଙ୍କ ମଧ୍ୟରେ ନିମ୍ନଲିଖିତ15ଟିରେ ହିନ୍ଦୁମାନଙ୍କ ପର୍ବ ହୁଏ]
- ସଂ. ବି. ସ୍ତ୍ରୀ (ଚତୁର୍ଦ୍ଦଶ+ଈ) — ବୈଶାଖ ଶୁକ୍ଳପକ୍ଷ—ନୃସିଂହଚତୁର୍ଦ୍ଦଶୀ।
- ସଂ. ବି. ସ୍ତ୍ରୀ (ଚତୁର୍ଦ୍ଦଶ+ଈ) — ଜ୍ୟୈଷ୍ଠ କୃଷ୍ଣ—ସାବିତ୍ରୀଚତୁର୍ଦ୍ଦଶୀ।
- ସଂ. ବି. ସ୍ତ୍ରୀ (ଚତୁର୍ଦ୍ଦଶ+ଈ) — ଜ୍ୟୈଷ୍ଠ ଶୁକ୍ଳ—ଚମ୍ପକଚତୁର୍ଦ୍ଦଶୀ।
- ସଂ. ବି. ସ୍ତ୍ରୀ (ଚତୁର୍ଦ୍ଦଶ+ଈ) — ଆଷାଢ଼ କୃଷ୍ଣ—ଜଗନ୍ନାଥ ନେତ୍ରୋତ୍ସବ ଓ ନବଯୌବନ— ଦର୍ଶନଯାତ୍ରା।
- ସଂ. ବି. ସ୍ତ୍ରୀ (ଚତୁର୍ଦ୍ଦଶ+ଈ) — ଆଷାଢ଼ ଶୁକ୍ଳ—ଶିବଶୟନଚତୁର୍ଦ୍ଦଶୀ (ଲିଙ୍ଗରାଜଙ୍କ ଉତ୍ସବ)
- ସଂ. ବି. ସ୍ତ୍ରୀ (ଚତୁର୍ଦ୍ଦଶ+ଈ) — ଶ୍ରାବଣ ଶୁକ୍ଳ—ପବିତ୍ରାରୋପଣ ଚତୁର୍ଦ୍ଦଶୀ (ଲିଙ୍ଗରାଜଙ୍କଯାତ୍ରା)
- ସଂ. ବି. ସ୍ତ୍ରୀ (ଚତୁର୍ଦ୍ଦଶ+ଈ) — ଭାଦ୍ର କୃଷ୍ଣ—ଅଘୋରା ଚତୁର୍ଦ୍ଦଶୀ।
- ସଂ. ବି. ସ୍ତ୍ରୀ (ଚତୁର୍ଦ୍ଦଶ+ଈ) — ଭାଦ୍ର ଶୁକ୍ଳ—ଅନନ୍ତ ଚତୁର୍ଦ୍ଦଶୀ।
- ସଂ. ବି. ସ୍ତ୍ରୀ (ଚତୁର୍ଦ୍ଦଶ+ଈ) — କାର୍ତ୍ତିକ କୃଷ୍ଣ—ନରକ ବା ଭୂତ-ଚତୁର୍ଦ୍ଦଶୀ।
- ସଂ. ବି. ସ୍ତ୍ରୀ (ଚତୁର୍ଦ୍ଦଶ+ଈ) — କାର୍ତ୍ତିକ ଶୁକ୍ଳ—ଶିବୋତ୍ଥାପନ ଚତୁର୍ଦ୍ଦଶୀ (ଲିଙ୍ଗରାଜଙ୍କଯାତ୍ରା)