ଚଣ୍ଡୀମଣ୍ଡପ Chaṇḍīmaṇḍapa

  • ସଂ. ବି. ( 6 ଷ୍ଠୀ ତତ୍; ଚଣ୍ଡୀ+ମଣ୍ଡପ) — ଯେଉଁ ମଣ୍ଡପ ବା ମେଲାରେ ଚଣ୍ଡୀପାଠ ଓ ବାର୍ଷିକ ଶାରଦୀୟ ଦୁର୍ଗାପୂଜା ହୁଏ — An open thatched pavillion where Chaṇḍī Purāṇa is recited and Durga is worshipped during the month of Āṡwina
  • ସଂ. ବି. ( 6 ଷ୍ଠୀ ତତ୍; ଚଣ୍ଡୀ+ମଣ୍ଡପ) — ଗ୍ରାମର ସାଧାରଣ ଠାକୁରାଣୀ—ମଣ୍ଡପ — The temple of the village Goddess where villagers perform their common worship and assemble for social purposes
  • ସଂ. ବି. ( 6 ଷ୍ଠୀ ତତ୍; ଚଣ୍ଡୀ+ମଣ୍ଡପ) — [ଦ୍ର—ବଙ୍ଗଦେଶରେ ଅନେକ ଗ୍ରାମରେ ଚଣ୍ଡୀମଣ୍ଡପ ଅଛି। ଓଡ଼ିଶାରେ ଅନେକ ଗ୍ରାମରେ 'ଭାଗବତଟୁଙ୍ଗୀ' ଓ ଗ୍ରାମ ଦେବତାଙ୍କ ମଣ୍ଡପ ବା ମନ୍ଦିରମାନ ଅଛି। ସାହେବମାନଙ୍କ 'କ୍ଲବ' ଘରେ ଯେଉଁପରି ଗ୍ରାମବାସୀ ବା ସ୍ଥାନୀୟ ସାଧାରଣ ଲୋକେ ସନ୍ଧ୍ୟା ପରେ ସମ୍ମିଳିତ ହୋଇ ବଇଠକ କରନ୍ତି ଓ ନାନାଦି ବିଷୟର ଚର୍ଚ୍ଚା କରନ୍ତି, ବଙ୍ଗଦେଶରେ ଚଣ୍ଡୀମଣ୍ଡପରେ ଓ ଓଡ଼ିଶାର ଭାଗବତ— ଟୁଙ୍ଗୀ ଓ ଠାକୁରଘର ମାନଙ୍କରେ ସେହିତା ହୁଏ।]