ଚକ୍ରତୀର୍ଥ Chakratīrtha

  • ସଂ. ବି—( 3 ୟା ତତ୍ପୁରୁଷ; ଚକ୍ର=ସୁଦର୍ଶନ ଚକ୍ର, ତଦ୍ଦ୍ୱାରା କୃତ ତୀର୍ଥ) — ଶ୍ରୀକୃଷ୍ଣଙ୍କ ସୁଦର୍ଶନ ଚକ୍ରଦ୍ୱାରା ନିର୍ମିତ ପ୍ରଭାସକ୍ଷେତ୍ରସ୍ଥ ତୀର୍ଥବିଶେଷ (ସ୍କନ୍ଦପୁରାଣୋକ୍ତ) — 3. A sacred place in Prabhāsa
  • ସଂ. ବି—( 3 ୟା ତତ୍ପୁରୁଷ; ଚକ୍ର=ସୁଦର୍ଶନ ଚକ୍ର, ତଦ୍ଦ୍ୱାରା କୃତ ତୀର୍ଥ) — ବୃନ୍ଦାବନସ୍ଥ ତୀର୍ଥବିଶେଷ — Name of a sacred place in Brindabana
  • ସଂ. ବି—( 3 ୟା ତତ୍ପୁରୁଷ; ଚକ୍ର=ସୁଦର୍ଶନ ଚକ୍ର, ତଦ୍ଦ୍ୱାରା କୃତ ତୀର୍ଥ) — ପୁରୀର ସମୁଦ୍ରତୀରସ୍ଥ ତୀର୍ଥବିଶେଷ — Name of a sacred place in Puri
  • ସଂ. ବି—( 3 ୟା ତତ୍ପୁରୁଷ; ଚକ୍ର=ସୁଦର୍ଶନ ଚକ୍ର, ତଦ୍ଦ୍ୱାରା କୃତ ତୀର୍ଥ) — ସେଦିନୁ, ହେ ପୁଣ୍ୟଶ୍ଳୋକ ଲୋକେ ଏହିସ୍ଥଳୀ ସିନ୍ଧୁତୀରେ ବୋଲାଇଛି ଚକ୍ରତୀର୍ଥ ନାମେ—ରାଧାନାଥ, ମହାଯାତ୍ରା।
  • ସଂ. ବି—( 3 ୟା ତତ୍ପୁରୁଷ; ଚକ୍ର=ସୁଦର୍ଶନ ଚକ୍ର, ତଦ୍ଦ୍ୱାରା କୃତ ତୀର୍ଥ) — ଦାକ୍ଷିଣାତ୍ୟର ଋଷ୍ୟମୂକ ପର୍ବତ ନିକଟରେ ତୁଙ୍ଗଭଦ୍ରାନଦୀ ଘୂରିକରି ଯାଇଥିବା ତୀର୍ଥବିଶେଷ (ହି. ଶବ୍ଦସାଗର) — Name of a sacred place in the Deccan
  • ସଂ. ବି—( 3 ୟା ତତ୍ପୁରୁଷ; ଚକ୍ର=ସୁଦର୍ଶନ ଚକ୍ର, ତଦ୍ଦ୍ୱାରା କୃତ ତୀର୍ଥ) — [ଦ୍ର—ମହାଭାରତ ଆଦି ପୁରାଣରେ ନିମ୍ନଲିଖିତ ସ୍ଥାନମାନଙ୍କରେ ଅନେକଗୁଡ଼ିଏ ଚକ୍ରତୀର୍ଥର ବର୍ଣ୍ଣନ ଅଛି। ଯଥା—କାଶୀ; କାମରୂପ, ନର୍ମଦା, ଶ୍ରୀକ୍ଷେତ୍ର, ସେତୁବନ୍ଧ ରାମେଶ୍ୱର—ହି. ଶବ୍ଦସାଗର।]