ଚକଟିବା Chakatibā
- ଦେ. କ୍ରି. (ସଂ. ଚଟଧାତୁ—ଭେଦନ) — କରତଳଦ୍ୱାରା ମଳିବା ବା ଦଳିବା — To mix with the hands
- ଦେ. କ୍ରି. (ସଂ. ଚଟଧାତୁ—ଭେଦନ) — ବାକି ଯେତେକ ଅନ୍ନ ବଚିଲା ଚକଟି ଦେହରେ ବୋଳି ହେଲେ ଦୁର୍ବାସାଋଷିଟି। କୃଷ୍ଣସିଂହ, ମହାଭାରତ, ବନ।
- ଦେ. କ୍ରି. (ସଂ. ଚଟଧାତୁ—ଭେଦନ) — ଗୋଡ଼ରେ ଦଳିବା; କୁଦିବା — To tread with the feet
- ଦେ. କ୍ରି. (ସଂ. ଚଟଧାତୁ—ଭେଦନ) — ବଣିଜାରୁମାନେ ତ ଶୋଇ ଥିଲେ ବାଟେ ଚକଟି ଗଲେ ପାଦ ପକାଇ ଯେ ଆଣ୍ଟେ। କୃଷ୍ଣସିଂହ, ମହାଭାରତ।
- ଦେ. କ୍ରି. (ସଂ. ଚଟଧାତୁ—ଭେଦନ) — (ଲକ୍ଷଣାର୍ଥ) ବିଧ୍ୱସ୍ତ କରିବା — (figurative) To destroy; to ruin
- ଦେ. କ୍ରି. (ସଂ. ଚଟଧାତୁ—ଭେଦନ) — ଚମରୀନେତ୍ରା କି ସୁଖ ପାଦରେ ଚକଟି ପକାଇଲା ଅନାଦରେ। କବିସୂର୍ଯ୍ୟ, କବିତା।
- ଦେ. କ୍ରି. (ସଂ. ଚଟଧାତୁ—ଭେଦନ) — (ଲକ୍ଷଣାର୍ଥ) ଆଲୋଡ଼ିତ କରିବା; ବ୍ୟାକୁଳିତ କରିବା — (figurative) To agitate; to disturb
- ଦେ. କ୍ରି. (ସଂ. ଚଟଧାତୁ—ଭେଦନ) — ଚକଟି ଦେଲୁ ମୋ ହୃଦାଶ୍ରୟ। କବିସୂର୍ଯ୍ୟ, କିଶୋରୀ ଚମ୍ପୂ।
- ଦେ. କ୍ରି. (ସଂ. ଚଟଧାତୁ—ଭେଦନ) — (ଲକ୍ଷାଣାର୍ଥ) ଗୋଳମାଳ ସୃଷ୍ଟି କରିବା — (figurative) To create confusion