ଘୋଡ଼ାଇବା Ghoṟḍ̠āibā

  • ଦେ. କ୍ରି (ସଂ. ଗୃହ ଧାତୁ; ତୁଳ, ଗୂଢ଼; ସଂ. ଘୁଟ ଧାତୁ) ଆଚ୍ଛାଦିତ କରିବା; ଢାଙ୍କିବା — To cover; to envelop
  • ଦେ. କ୍ରି (ସଂ. ଗୃହ ଧାତୁ; ତୁଳ, ଗୂଢ଼; ସଂ. ଘୁଟ ଧାତୁ) ଘୋଡ଼ାଇ ଦେଲାବେଳେ ସହୀ ନିଶାରେ—ଭଞ୍ଜ. ପ୍ରେମସୁଧାନିଧି।
  • ଦେ. କ୍ରି (ସଂ. ଗୃହ ଧାତୁ; ତୁଳ, ଗୂଢ଼; ସଂ. ଘୁଟ ଧାତୁ) ଗୋପନ କରିବା; ଲୁଚାଇବା — To hide; to hush up; to conceal
  • ଦେ. କ୍ରି (ସଂ. ଗୃହ ଧାତୁ; ତୁଳ, ଗୂଢ଼; ସଂ. ଘୁଟ ଧାତୁ) ଯିବା କେଳିବାସେ ବାସେ ଘୋଡ଼ାଇ ହରଷେ ରସେ ମଜ୍ଜିବୁ ଶୁଣି ରହସେ ହସେ। ଭଞ୍ଜ. ପ୍ରେମସୁଧାନିଧି।
  • ଦେ. କ୍ରି (ସଂ. ଗୃହ ଧାତୁ; ତୁଳ, ଗୂଢ଼; ସଂ. ଘୁଟ ଧାତୁ) [ଦ୍ର—ଘୋଡ଼ାଇବା କ୍ରିୟାର ଅସମାପିକା ରୂପ ସଙ୍ଗେ ଦେବା, ନେବା, ପକାଇବା, ହେବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ।]