ଘୋଷଯାତ୍ରା Ghoshaj̄ātrā
- ସଂ. ବି (ଷଷ୍ଠୀ ତତ୍; ଘୋଷ=ଆଭୀରପଲ୍ଲୀ+ଯାତ୍ରା=ଗମନ) ପୂର୍ବକାଳରେ ରାଜାମାନେ ଗୋରୁଙ୍କ ଅବସ୍ଥା ପରିଦର୍ଶନ କରିବା ନିମନ୍ତେ ଗଉଡ଼ସାହିକୁ ଶୋଭାଯାତ୍ରା କରି ଯିବା ରୂପ ପର୍ବ — A festival observed in ancient India by kings visting the hamlets of cow-herds in state to see the condition of the cattle of the realm
- ସଂ. ବି (ଷଷ୍ଠୀ ତତ୍; ଘୋଷ=ଆଭୀରପଲ୍ଲୀ+ଯାତ୍ରା=ଗମନ) ଜଗନ୍ନାଥଦେବଙ୍କ ରଥଯାତ୍ରା — Car festival of the Deity Jagannātha at Puri
- ସଂ. ବି (ଷଷ୍ଠୀ ତତ୍; ଘୋଷ=ଆଭୀରପଲ୍ଲୀ+ଯାତ୍ରା=ଗମନ) ଘୋଷ ବା ଗଉଡ଼ମାନଙ୍କୁ ଶଙ୍ଖୁଳିବା ଛଳରେ ବନବାସୀ ପାଣ୍ଡବମାନଙ୍କୁ ଆପଣାର ଐଶ୍ୱର୍ଯ୍ୟ ଦେଖାଇବା ପାଇଁ ଦୁର୍ଯ୍ୟୋଧନଙ୍କର ଦ୍ୱୈତବନକୁ ଯାତ୍ରା — The procession of Durj̄yodhana to the Dwa̲i̱ta woods under the plea of visting the cow-herds but actually to show their splendour to the exiled pāṇḍabas
- ସଂ. ବି (ଷଷ୍ଠୀ ତତ୍; ଘୋଷ=ଆଭୀରପଲ୍ଲୀ+ଯାତ୍ରା=ଗମନ) ହେଲା ଦୁର୍ଯ୍ୟୋଧନଙ୍କ ଘୋଷଯାତ୍ରା ଶେଷ, କହଇ କୃଷ୍ଣସିଂହ ନରକୁଳ ଈଷ—କୃଷ୍ଣସିଂହ. ମହାଭାରତ. ବନ।