ଘୁଷୁରି Ghushuri

  • ଦେ. ବି (ସଂ. ଘୃଷ୍ଟି) — ଗ୍ରାମ୍ୟ ଶୂକର — Pig; hog; swine
  • ଦେ. ବି (ସଂ. ଘୃଷ୍ଟି) — [ଦ୍ର—ଘୁଷୁରି ବନ୍ୟ ଓ ଗୃହ— ପାଳିତ ଭେଦରେ ଦୁଇ ପ୍ରକାର। ଗ୍ରାମ୍ୟ ଶୂକର ଘାସ, ଘାସମୂଳ ଓ ବିଷ୍ଠା ଖାଆନ୍ତି ଓ ପଙ୍କରେ ଲୋଟନ୍ତି। ହିନ୍ଦୁ— ମାନଙ୍କର ନୀଚ ଜାତିମାନେ ଓ ସାହେବମାନେ ଏହାର ମାଂସ ଖାଆନ୍ତି। ଘାସମୂଳ ଖାଇବା ପାଇଁ ଘୁଷୁରି ନିଜର ଥୋମଣି ଦ୍ୱାରା ଭୁଇଁକୁ ତାଡ଼ି ପକାନ୍ତି। ବନ୍ୟ ଶୂକରକୁ ବରାହ ବୋଲାଯାଏ। ବନ୍ୟ ଶୂକର ଦୁଇ ପ୍ରକାର—ଏକପ୍ରକାର ବରାହଙ୍କ ଟାପୁ ଗ୍ରାମ୍ୟ ଶୂକରଙ୍କପରି ଛେଳିଟାପୁଭଳି ଦ୍ୱିଖଣ୍ଡିତ; ଅନ୍ଯ ପ୍ରକାର ବରାହଙ୍କ ଟାପୁ ଘୋଡ଼ାଟାପୁପରି ଗୋଟିକିଆ ଓ ତାକୁ ଘୋଡ଼ାଟାପୁଆ ବାରା ବୋଲାଯାଏ। ବରାହଙ୍କର ଦୁଇଟା ବଡ଼ ମୂନିଆ ବଙ୍କା ଦାନ୍ତ ପଦାକୁ ବାହାରିଥାଏ। ଏ ଦାନ୍ତରେ ଏମାନେ ଲୋକକୁ ଆକ୍ରମଣ କରି ଚିରି ପକାନ୍ତି। ବନ୍ୟ ଶୂକରମାନେ ମଧ୍ୟ ଫଳମୂଳ ଖାଆନ୍ତି। ଏମାନଙ୍କୁ ଶିକାର କରିବା ପାଇଁ ବିଶେଷ ବୀରତା ଓ ଧୈର୍ଯ୍ୟ ଦରକାର। ଘୁଷୁରି ମୁସଲମାଲଙ୍କର ଘୃଣ୍ୟ ଜୀବ। ହିନ୍ଦୁମାନଙ୍କ ଶାସ୍ତ୍ରରେ ବିଷ୍ଣୁ 3 ୟ ଅବତାରରେ ବରାହରୁପ ଧରି ପୃଥିବୀକୁ ଦନ୍ତାଗ୍ରରେ ଟେକି ଧରିଥିବାର ଲେଖାଅଛି। ଘୁଷୁରି ଏକାଥରକେ 2 ଠାରୁ 6 ପର୍ଯ୍ୟନ୍ତ ଛୁଆ ଜନ୍ମକରେ। ବନ୍ୟ ବରାହର ମାଂସ ଉଚ୍ଚଜାତୀୟ ହିନ୍ଦୁମାନଙ୍କର ଖାଦ୍ୟ। ବୈଦ୍ୟଶାସ୍ତ୍ର ମତରେ ଏହାର ମାଂସ ବଳ ଓ ବିର୍ଯ୍ୟବର୍ଦ୍ଧକ। ଆମ ଦେଶରେ 'ଘୁଷୁରିଆ' ନାମରେ ଏକ ନୀଚ ଜାତି ଘୁଷୁରି ପାଳି ଜୀବିକା ନିର୍ବାହ କରନ୍ତି। ବାବା— ବୈଦ୍ୟନାଥ ଆଦି କେତେକ ଛୋଟ ସହରରେ ଘୁଷୁରିମାନେ ପାଇଖାନାରୁ ବିଷ୍ଠାମାନ ଖାଇ ପାଇଖାନା ସାଫ ରଖନ୍ତି।] — [ଦ୍ର—ଘୁଷୁରି ବନ୍ୟ ଓ ଗୃହ— ପାଳିତ ଭେଦରେ ଦୁଇ ପ୍ରକାର ଗ୍ରାମ୍ୟ ଶୂକର ଘାସ, ଘାସମୂଳ ଓ ବିଷ୍ଠା ଖାଆନ୍ତି ଓ ପଙ୍କରେ ଲୋଟନ୍ତି ହିନ୍ଦୁ— ମାନଙ୍କର ନୀଚ ଜାତିମାନେ ଓ ସାହେବମାନେ ଏହାର ମାଂସ ଖାଆନ୍ତି ଘାସମୂଳ ଖାଇବା ପାଇଁ ଘୁଷୁରି ନିଜର ଥୋମଣି ଦ୍ୱାରା ଭୁଇଁକୁ ତାଡ଼ି ପକାନ୍ତି ବନ୍ୟ ଶୂକରକୁ ବରାହ ବୋଲାଯାଏ ବନ୍ୟ ଶୂକର ଦୁଇ ପ୍ରକାର—ଏକପ୍ରକାର ବରାହଙ୍କ ଟାପୁ ଗ୍ରାମ୍ୟ ଶୂକରଙ୍କପରି ଛେଳିଟାପୁଭଳି ଦ୍ୱିଖଣ୍ଡିତ; ଅନ୍ଯ ପ୍ରକାର ବରାହଙ୍କ ଟାପୁ ଘୋଡ଼ାଟାପୁପରି ଗୋଟିକିଆ ଓ ତାକୁ ଘୋଡ଼ାଟାପୁଆ ବାରା ବୋଲାଯାଏ ବରାହଙ୍କର ଦୁଇଟା ବଡ଼ ମୂନିଆ ବଙ୍କା ଦାନ୍ତ ପଦାକୁ ବାହାରିଥାଏ ଏ ଦାନ୍ତରେ ଏମାନେ ଲୋକକୁ ଆକ୍ରମଣ କରି ଚିରି ପକାନ୍ତି ବନ୍ୟ ଶୂକରମାନେ ମଧ୍ୟ ଫଳମୂଳ ଖାଆନ୍ତି ଏମାନଙ୍କୁ ଶିକାର କରିବା ପାଇଁ ବିଶେଷ ବୀରତା ଓ ଧୈର୍ଯ୍ୟ ଦରକାର ଘୁଷୁରି ମୁସଲମାଲଙ୍କର ଘୃଣ୍ୟ ଜୀବ ହିନ୍ଦୁମାନଙ୍କ ଶାସ୍ତ୍ରରେ ବିଷ୍ଣୁ3ୟ ଅବତାରରେ ବରାହରୁପ ଧରି ପୃଥିବୀକୁ ଦନ୍ତାଗ୍ରରେ ଟେକି ଧରିଥିବାର ଲେଖାଅଛି ଘୁଷୁରି ଏକାଥରକେ2ଠାରୁ6ପର୍ଯ୍ୟନ୍ତ ଛୁଆ ଜନ୍ମକରେ ବନ୍ୟ ବରାହର ମାଂସ ଉଚ୍ଚଜାତୀୟ ହିନ୍ଦୁମାନଙ୍କର ଖାଦ୍ୟ ବୈଦ୍ୟଶାସ୍ତ୍ର ମତରେ ଏହାର ମାଂସ ବଳ ଓ ବିର୍ଯ୍ୟବର୍ଦ୍ଧକ ଆମ ଦେଶରେ 'ଘୁଷୁରିଆ' ନାମରେ ଏକ ନୀଚ ଜାତି ଘୁଷୁରି ପାଳି ଜୀବିକା ନିର୍ବାହ କରନ୍ତି ବାବା— ବୈଦ୍ୟନାଥ ଆଦି କେତେକ ଛୋଟ ସହରରେ ଘୁଷୁରିମାନେ ପାଇଖାନାରୁ ବିଷ୍ଠାମାନ ଖାଇ ପାଇଖାନା ସାଫ ରଖନ୍ତି]
  • ଦେ. ବି (ସଂ. ଘୃଷ୍ଟି) — (ଲକ୍ଷଣାର୍ଥ) ଅପରିଷ୍କୃତ ବ୍ଯକ୍ତି; କୁତ୍ସିତ ବ୍ଯକ୍ତି — (figurative) A man of dirty habits