ଘୁମୁରା Ghumurā

  • ଦେ. ବି. (ଧ୍ୱନ୍ୟନୁକରଣ; ଘୁମୁଘୁମୁ ଶବ୍ଦରୁ) — ଆନଦ୍ଧବାଦ୍ୟବିଶେଷ — A kind of pitcher-like drum covered with skin on the face
  • ଦେ. ବି. (ଧ୍ୱନ୍ୟନୁକରଣ; ଘୁମୁଘୁମୁ ଶବ୍ଦରୁ) — [ଦ୍ର—ଏହା ଗୋଟିଏ ଲମ୍ବମୁହାଁ ମାଠିଆ ବା ବଡ଼ ସୋରେଇ ପରି। ଏହାର ପଛଆଡ଼େ ଛୋଟ ଛିଦ୍ର ଓ ଭୁଣ୍ଡିଥାଏ ଏବଂ ଏହା ମୁହଁରେ ଗୋଧିଚମ କେନ୍ଦୁଅଠାଦ୍ୱାରା ଲଗା ଯାଇଥାଏ ଓ ଦଉଡ଼ି— ଦ୍ୱାରା କସା ହୋଇ ବନ୍ଧା ହୋଇ ରହିଥାଏ। ଘୁମୁରା ବଜାଇଲା— ବାଲା ଗୋଟାଏ ଜଙ୍ଘକୁ ଭୁଇଁରେ ପାତି ସେହି ଜଙ୍ଘ ଉପରେ ଏହାକୁ ରଖେ ଓ ଅନ୍ଯ ଜଘଂକୁ ଘୁମୁରାର କରରେ ଢିରା ଦେଇ ବସି ବଜାଏ। ଘୁମୁରା ବାଜିବା ସଙ୍ଗେ ମୃଦଙ୍ଗ (ମାଦଳ) ମଧ୍ୟ ବଜା ହୁଏ। ଦୀନକୃଷ୍ଣଙ୍କ ରସବିନୋଦ, ରାମାୟଣ, ମହାଭାରତ ଓ ଅନ୍ଯାନ୍ୟ କବିତା ଓ ସ୍ତତିର ପଦମାନ ଓ ଢଗଢମାଳି—ବଚନ ବୋଲିବାବେଲେ ବାଦ୍ୟକାର ଡାହାଣ ହାତ ଆଙ୍ଗୁଠିରେ ଘୁମୁରାକୁ ଠୁକାଉଥାଏ ଓ 4 । 5 ପଦ ବୋଲିଲା ପରେ ଦୁଇ ହାତଦ୍ୱାରା ଘୁମୁରାର ନିର୍ଦ୍ଦିଷ୍ଟ 'କୁଟାଣ' ଓ 'ଛିଣ୍ଡାଣ' ଅନୁସାରେ ଚମ ଉପରେ ବଜାଏ ଏବଂ ଏକ ହପ୍ପା ଘୁମୁରାମାଡ଼ ପରେ ପୁଣି 4 । 5 ପଦ ବୋଲେ। ଘୁମୁରାର ଉକୁଟ, ଯଥା—'ଚେଇ ଚେଇ ଚେଇ ଚିଚ୍ଚା ଚେଇ, ଚିଚେଇ ଚିଚେଇ ଚିଚେଇଚା, ଆଉଥିଲେ ପାଏ ପକେଇଥା'। ଏହିପରି ଅନେକ ଉକୁଟ ଅଛି। ମୃଦଙ୍ଗର ଦୁଇ ମୁହଁ ଚମଡ଼ା ଛୁଆଣି; ମୁଗୁରାର ଗୋଟିଏ ମୁହଁ ମେଲା ଓ ଅନ୍ଯ ମୁହଁ ଚମଡ଼ା ଛୁଆଣି।] — [ଦ୍ର—ଏହା ଗୋଟିଏ ଲମ୍ବମୁହାଁ ମାଠିଆ ବା ବଡ଼ ସୋରେଇ ପରି ଏହାର ପଛଆଡ଼େ ଛୋଟ ଛିଦ୍ର ଓ ଭୁଣ୍ଡିଥାଏ ଏବଂ ଏହା ମୁହଁରେ ଗୋଧିଚମ କେନ୍ଦୁଅଠାଦ୍ୱାରା ଲଗା ଯାଇଥାଏ ଓ ଦଉଡ଼ି— ଦ୍ୱାରା କସା ହୋଇ ବନ୍ଧା ହୋଇ ରହିଥାଏ ଘୁମୁରା ବଜାଇଲା— ବାଲା ଗୋଟାଏ ଜଙ୍ଘକୁ ଭୁଇଁରେ ପାତି ସେହି ଜଙ୍ଘ ଉପରେ ଏହାକୁ ରଖେ ଓ ଅନ୍ଯ ଜଘଂକୁ ଘୁମୁରାର କରରେ ଢିରା ଦେଇ ବସି ବଜାଏ ଘୁମୁରା ବାଜିବା ସଙ୍ଗେ ମୃଦଙ୍ଗ (ମାଦଳ) ମଧ୍ୟ ବଜା ହୁଏ ଦୀନକୃଷ୍ଣଙ୍କ ରସବିନୋଦ, ରାମାୟଣ, ମହାଭାରତ ଓ ଅନ୍ଯାନ୍ୟ କବିତା ଓ ସ୍ତତିର ପଦମାନ ଓ ଢଗଢମାଳି—ବଚନ ବୋଲିବାବେଲେ ବାଦ୍ୟକାର ଡାହାଣ ହାତ ଆଙ୍ଗୁଠିରେ ଘୁମୁରାକୁ ଠୁକାଉଥାଏ ଓ45ପଦ ବୋଲିଲା ପରେ ଦୁଇ ହାତଦ୍ୱାରା ଘୁମୁରାର ନିର୍ଦ୍ଦିଷ୍ଟ 'କୁଟାଣ' ଓ 'ଛିଣ୍ଡାଣ' ଅନୁସାରେ ଚମ ଉପରେ ବଜାଏ ଏବଂ ଏକ ହପ୍ପା ଘୁମୁରାମାଡ଼ ପରେ ପୁଣି45ପଦ ବୋଲେ ଘୁମୁରାର ଉକୁଟ, ଯଥା—'ଚେଇ ଚେଇ ଚେଇ ଚିଚ୍ଚା ଚେଇ, ଚିଚେଇ ଚିଚେଇ ଚିଚେଇଚା, ଆଉଥିଲେ ପାଏ ପକେଇଥା' ଏହିପରି ଅନେକ ଉକୁଟ ଅଛି ମୃଦଙ୍ଗର ଦୁଇ ମୁହଁ ଚମଡ଼ା ଛୁଆଣି; ମୁଗୁରାର ଗୋଟିଏ ମୁହଁ ମେଲା ଓ ଅନ୍ଯ ମୁହଁ ଚମଡ଼ା ଛୁଆଣି]
  • ଦେ. ବି. (ଧ୍ୱନ୍ୟନୁକରଣ; ଘୁମୁଘୁମୁ ଶବ୍ଦରୁ) — ଘୁମୁରିବା — Making a muffled roar
  • ଦେ. ବି. (ଧ୍ୱନ୍ୟନୁକରଣ; ଘୁମୁଘୁମୁ ଶବ୍ଦରୁ) — ଘୁମୁରିବାର ଶବ୍ଦ — Muffled sound; cooing sound
  • ଦେ. ବି. (ଧ୍ୱନ୍ୟନୁକରଣ; ଘୁମୁଘୁମୁ ଶବ୍ଦରୁ) — ଘୁଙ୍ଗୁଡ଼ି ମାରିବାର ଶବ୍ଦ — Sound of snoring
  • ଦେ. ବିଣ. ପୁଂ — ଘୁଙ୍ଗୁଡ଼ା (ଦେଖ) — Ghuṇguṟḍ̠ā (See)