ଘୁଣାକ୍ଷର ନ୍ୟାୟ Ghuṇākshara nyāya
- ସଂ. ବି — ପୁସ୍ତକ ବା କାଠରେ ପୋକ ଭେଦି ଯେଉଁ କଣା କରିଥାଆନ୍ତି ତାହା ବେଳେ ବେଳେ ଅକ୍ଷରରୂପ ଦେଖାଯିବା ପରି କୌଣସି ଅପ୍ରତ୍ୟାଶିତ ଓ ଅନଭିପ୍ରେତ ଘଟନା ହଠାତ୍ ଘଟିବା — An unexpected and chance resemblance; any fortuitous and chance occurrence
- ସଂ. ବି — [ଦ୍ର—ଘୁଣ କାଠ ବା ପୁସ୍ତକ ବା ତାଳପତ୍ର ପୋଥି ଆଦି କାଟିବା ଯୋଗୁଁ ଉକ୍ତ କୀଟଦଷ୍ଟ ବସ୍ତୁ ଉପରେ ଛିଦ୍ର ଓ ରେଖାମାନ ପଡ଼ିଯାଏ। ଦୈବାତ୍ କୌଣସି କୌଣସି ଛିଦ୍ର ବା ରେଖା ପରସ୍ପର ସଙ୍ଗେ ମିଶି ଅକ୍ଷରପରି ଦେଖାଯାଏ। ଏହାକୁ 'ଘୁଣାକ୍ଷର' କହନ୍ତି। ପ୍ରକୃତରେ ଘୁଣ ଅକ୍ଷର ପାଲଟିଯାଏ। ଅତଏବ ଯାହା କରିବାକୁ କଳ୍ପନା ବା ଚେଷ୍ଟା କରାଯାଇ ନ ଥାଏ ବା ଯାହା ହେବ ବୋଲି ଆଶା କରାଯାଇ ନ ଥାଏ, ଅଥଚ ଦୈବାତ୍ କରୁ କରୁ ତାହାଁ ଘଟିପାଏ ତାକୁ 'ଘୁଣାକ୍ଷର ନ୍ଯାୟ' ବୋଲାଯାଏ।]